ଏମ୍‌ସର ୪ ଡାକ୍ତରଙ୍କୁ କରୋନା

ଭୁବନେଶ୍ୱର: ପୁଣି କୋଭିଡ୍‌ ଯୋଦ୍ଧାଙ୍କୁ କରୋନା। ଏମ୍‌ସର ୪ ଡାକ୍ତରଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଏମ୍‌ସର ନିର୍ଦ୍ଦେଶିକା ବି. ଗୀତାଞ୍ଜଳି। ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ସିନିୟର ରେସିଡେଣ୍ଟ ଡାକ୍ତର। ଏମାନେ ସମସ୍ତେ ଏକାଠି ରହୁଥିଲେ ବୋଲି ସୂଚନା ମିଳିଛି।   ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଜୁନିୟର ଡାକ୍ତର ମଧ୍ୟ ଅଛନ୍ତି। ଏହା ଆଗରୁ ମଧ୍ୟ ଜଣେ ଜୁନିୟର ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିଲେ।

ଗତକାଲି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ଓ ନର୍ସ ପଜିଟିଭ ଚିହ୍ନଟ ହୋଇଥିଲେ। ଏ ନେଇ ନୟାଗ଼ଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଥିଲେ।  ଉଭୟଙ୍କ ସ୍ୱାବ୍ ଟେଷ୍ଟ ପଜିଟିଭ୍ ଆସିବା ପରେ ଦୁଇଜଣଙ୍କୁ ଭୁବନେଶ୍ୱର ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଲକ୍ଷଣ ନ ଥିବା କହିଛନ୍ତି ସିଡିଏମ୍ଓ। ଡାକ୍ତର ଓ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀ କ୍ୱାରେଣ୍ଟିନ୍‌ରେ ରହିଥିବା  ସିଡିଏମ୍ଓ ସୂଚନା ଦେଇଛନ୍ତି।

ସେହିଭଳି ନିକଟରେ ରାଉରକେଲା ସରକାରୀ ହସ୍ପିଟାଲର ମଧ୍ୟ ୨ଜଣ ଆରଜିଏଚ ଡାକ୍ତରଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ସେହିଭଳି ଏସ୍‌ବି ମେଡିକାଲ୍‌ର ଡାକ୍ତରଙ୍କୁ ମଧ୍ୟ କରୋନା ହୋଇଥିଲା। ପ୍ରଥମଥର ପାଇଁ ମେ ୨୬ରେ କଟକ ସିଟି ହସ୍‌ପିଟାଲ୍‌ରେ ଜଣେ ଡାକ୍ତରଙ୍କୁ କରୋନା ହୋଇଥିଲା। ଏହା ରାଜ୍ୟର ପ୍ରଥମ ଘଟଣା ଥିଲା। ସେବେଠୁ କୋଭିଡ୍‌ ଯୋଦ୍ଧାଙ୍କ କରୋନା ଆକ୍ରାନ୍ତ ଖବର ଆସୁଛି।

ଆହୁରି ପଢ଼ନ୍ତୁ

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ; ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ହାଇକୋର୍ଟ

ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍ ପାରିତ

ଦିନକରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ

ଅନୁସୂଚିତ ଜାତିଙ୍କ ଜମି ହଡ଼ପ ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ବିରୋଧରେ ABVP ଛାତ୍ରଙ୍କ ବିକ୍ଷୋଭ

ଭୁବନେଶ୍ୱରର ଏହି ସ୍ଥାନରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

କୋଭିଡ-୧୯ ପରିଚାଳନା ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କେତେ ହେବ ? ଶୁଣାଣି ୯କୁ ଘୁଞ୍ଚିଲା

ଲଘୁଚାପ ସମ୍ଭାବନା; ଏହି ସବୁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

You might also like