ଭିଡିଓ ଭାଇରାଲ ଘଟଣାରେ ୪ ଜଣ ଅଟକ

କେନ୍ଦୁଝର/ଆନନ୍ଦପୁର: ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ଘଟଣାରେ ଆନନ୍ଦପୁର ପୁଲିସ ୪ ଜଣଙ୍କୁ ଅଟକ କରିଛି। ଅଭିଯୁକ୍ତମାନଙ୍କ ଜେରା  ଚାଲିଥିବା ଆନନ୍ଦପୁର ଆଇଆଇସି ସୁଦର୍ଶନ ପଣ୍ଡା କହିଛନ୍ତି । ଅଭିଯୁକ୍ତମାନେ ପ୍ରେମୀଯୁଗଳଙ୍କ  ନିପର୍ସ ଓ ମୋବାଇଲ୍ ଛଡ଼ାଇ ନେଇଥିଲେ ବୋଲି ଜଣାପଡ଼ିଛି।

ସୂଚନା ଯୋଗ୍ୟ, ଆନନ୍ଦପୁରରେ ଏକ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇଥିବା ପ୍ରେମୀଯୁଗଳଙ୍କୁ ଅଭିଯୁକ୍ତମାନେ ଧମକ ଚମକ ଦେଇ ଆପତ୍ତିଜନକ ଭିଡିଓ ସୁଟିଂ ପରେ ଭାଇରାଲ କରିଥିଲେ। ଏହା ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ଯୁବତୀ ଜଣଙ୍କ ଘର ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଯୁବକ ଜଣଙ୍କ ମୟୂରଭଞ୍ଜ ଜିଲ୍ଲା ଅଞ୍ଚଳର ବୋଲି ସୂଚନା ମିଳିଛି। ଭିଡିଓରୁ ଯାହା ଜଣାପଡୁଥିଲା ପ୍ରେମୀଯୁଗଳଙ୍କୁ ଧମକ ଚମକ ଦିଆଯାଇ ଭିଡିଓ ସୁଟ୍ କରାଯାଇଛି ଓ ପୁଲିସ ଏହା ସତ୍ୟ ବୋଲି ମଧ୍ୟ ଜେରା ବେଳେ ଜାଣିପାରିଛି।

ଯେତେ ଆଇନ କାନୁନ୍ ହେଲେ ବି ସବୁକୁ ଆଖିଠାର ମାରୁଛନ୍ତି ଦୁର୍ବୃତ୍ତ। ଦଣ୍ଡବିଧାନ ଅଭାବରୁ ଅକାରଣରେ ଝିଅମାନଙ୍କ ଇଜ୍ଜତ ଯାଉଛି। ସୋଶାଲ ମିଡିଆରେ ଭିଡିଓ ଭାଇରାଲ କରିବା ଅତ୍ୟନ୍ତ ଚିନ୍ତାଜନକ ବିଷୟ। ଆନନ୍ଦପୁର ଅଞ୍ଚଳର ଏହି ଘଟଣା ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।  ସ୍ଥାନୀୟ ଅଞ୍ଚଳର ଜଣେ ଆଡ୍‌ଭୋକେଟ୍‌ ବିନୟ ଦାସ କହିଛନ୍ତି ବିଶେଷ କରି ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପୁଲିସ ସୁରକ୍ଷା ଅଭାବରୁ ଏମିତି ଘଟଣା ଘଟୁଛି ଓ ପର୍ଯ୍ୟଟନସ୍ଥଳୀ ମଧ୍ୟ ବଦ୍‌ନାମ୍ ହେଉଛି। ପୁଲିସ ଏ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

You might also like