ଧାନ ନଡ଼ାରୁ ପ୍ରସ୍ତୁତ ହେବ ବାୟୋ ଇନ୍ଧନ

ବରଗଡ଼: ବରଗଡ଼ରେ ହେବ ଟୁଜି ଇଥାନଲ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ। ଧାନ ନଡ଼ାରୁ ପ୍ରସ୍ତୁତ ହେବ ବାୟୋ ଇନ୍ଧନ। ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ବଉଳସିଂହା ଗାଁରେ ଦେଶର ପ୍ରଥମ ଟୁଜି ଇଥାନଲ ପ୍ରକଳ୍ପ ପ୍ରତିଷ୍ଠା ହେବ।

ଆଜି ହେବାକୁ ଥିବା ଶିଳାନ୍ୟାସ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରଭାସ ସିଂ, ମନ୍ତ୍ରୀ ସୁଶାନ୍ତ ସିଂ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ବଉଲସିଂହା ଗାଁର ୫୮ ଏକର ଜମିରେ ଏହି ପ୍ରକଳ୍ପ ହେବ। ଜାପାନର ଏକ କଂପାନି କାରଖାନା ନିର୍ମାଣ କରିବା ଦାୟିତ୍ୱ ନେଇଛି। ବାୟୋ ଫୁଏଲର ମୁଖ୍ୟ ମହାପ୍ରବନ୍ଧକ କାରଖାନାର ନିର୍ମାଣ ୨ବର୍ଷ ମଧ୍ୟରେ ଶେଷ ହେବ ବୋଲି ସୂଚନା ଦେଇଛନ୍ତି। ଏଥିପାଇଁ ବରଗଡ଼ ଜର୍ଜ ହାଇସ୍କୁଲ ପଡିଆରେ ମଞ୍ଚ ପ୍ରସ୍ତୁତ କରାଯାଇଛି।

You might also like