ସାମାନ୍ୟ କଥାରୁ ବର ହଟହଟା ; ବରଯାତ୍ରୀ ଗାଡ଼ି ବାଜି ଯିବାରୁ ବରକୁ ଅଟକ

ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ପୂର୍ବତନ ସରପଞ୍ଚ ପ୍ରତାପ ସ୍ୱାଇଁ ଗିରଫ

ପିପିଲି :  ଡେଲାଙ୍ଗ ବ୍ଲକ୍‌ ଜେନାପୁରର ପୂର୍ବତନ ସରପଞ୍ଚଙ୍କ ଦାଦାଗିରି।  ସାମାନ୍ୟ କଥାକୁ ନେଇ ବିବାହ ପାଇଁ ଯାଉଥିବା ଜଣେ ବରକୁ ରାତି ତମାମ ଅଟକ ରଖିଥିବା ଅଭିଯୋଗ।

ମିଳିଥିବା ସୂଚନା ମୁତାବକ ,ଗତକାଲି ବ୍ରହ୍ମଗିର ପଲ୍ଲୀ ଅଂଚଳର ଏକ ବରଯାତ୍ରୀ ଗାଡ଼ି ଡେଲାଙ୍ଗ ଜେନାପୁର ଆସୁଥିଲା। କିନ୍ତୁ ରାସ୍ତାରେ ବର ଯାଉଥିବା ଗାଡ଼ି ପୂର୍ବତନ ସରପଞ୍ଚ ପ୍ରତାପ ସ୍ୱାଇଁଙ୍କ ଗାଡ଼ିରେ ଘସି ହୋଇଯାଇଥିଲା। ଏହାକୁ ନେଇ ପୂର୍ବତନ ସରପଞ୍ଚ ବରଗାଡ଼ିର ଡ୍ରାଇଭରକୁ ମାଡ଼ ମାରିବା ସହ ବର ଓ ବ୍ରାହ୍ମଣକୁ ପୁରା ରାତି ଅଟକ ରଖିଥିଲେ।

ଏନେଇ ବରର ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ପ୍ରତାପଙ୍କୁ ଗିରଫ କରିଛି। ତାଙ୍କ ଠାରୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି। ପୁଲିସର ହସ୍ତକ୍ଷେପ ପରେ ଆଜି ସକାଳେ ଏହି ବାହାଘର ହୋଇଥିଲା।

You might also like