ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ବୈଜୟନ୍ତଙ୍କ ଖଣ୍ଡନ

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତବେଳେ ବୈଜୟନ୍ତଙ୍କ ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ନିଜେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।

ସେ କହିଛନ୍ତି, ମୋଦିଙ୍କ ଗସ୍ତବେଳେ ବିଜେପିରେ ଯୋଗଦେବାର କୌଣସି ଯୋଜନା ନାହିଁ।

ଆଜି କଟକ ଗୋପାଳପୁରରେ ଏକ କ୍ରିକେଟ୍ ମ୍ୟାଚରେ ଯୋଗଦେବା ଅବସରରେ ବୈଜୟନ୍ତ ସ୍ପଷ୍ଟ କରିଛନ୍ତି ଯେ ନିଜ ରାଜନୈତିକ ଭବିଷ୍ୟତ ସଂପର୍କରେ ସେ ଏଯାଏ କିଛି ବି ନିଷ୍ପତ୍ତି ନେଇନାହାଁନ୍ତି। ଭାବି ଚିନ୍ତି ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

୨୦୧୯ ନିର୍ବାଚନ ସଂପର୍କରେ ବୈଜୟନ୍ତ କହିଛନ୍ତି, ଲୋକେ ଚାହିଁଲେ ଲଢ଼ିବି, ନଚେତ ଲଢ଼ିବି ନାହିଁ। ଏଥିସହିତ ଜାନୁଆରୀ ମାସରେ ତାଙ୍କ ଲିଖିତ ପୁସ୍ତକର ଲୋକାର୍ପଣ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ସେ ଏହି ପୁସ୍ତକରେ ଓଡ଼ିଶା ରାଜନୀତି ଓ ଇତିହାସକୁ ନେଇ ମନର କଥା ଲେଖିଥିବା ବୈଜୟନ୍ତ ସୂଚନା ଦେଇଛନ୍ତି।

You might also like