ପୂର୍ବତନ ଓଡ଼ିଶା ଡିଜିପି ଏସ୍ଏନ୍ ତିୱାରୀଙ୍କ ପରଲୋକ
ଭୁବନେଶ୍ୱର: ପୂର୍ବତନ ଓଡ଼ିଶା ଡିଜିପି ଏସ୍.ଏନ୍. ତିୱାରୀଙ୍କ ପରଲୋକ ହୋଇଛି। ସେ କ୍ୟାନ୍ସରରେ ପୀଡ଼ିତ ଥିଲେ। ଏସ୍.ଏନ୍. ତିୱାରୀଙ୍କ ପରଲୋକକୁ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ନୂଆପଡ଼ା ଜିଲ୍ଲା ରାଜ୍ଖରିଆର୍ ସେ ଜନ୍ମଗ୍ରହଣ କରିଥିଲେ।
ଆହ୍ଲାବାଦ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ପରେ ୧୯୬୫ ମସିହାରେ ଭାରତୀୟ ପୋଲିସ୍ ସେବାରେ ଯୋଗ ଦେଇଥିଲେ ଏସ୍.ଏନ୍. ତିୱାରୀ। ଓଡ଼ିଶାର ପ୍ରଥମ ଆଇପିଏସ୍ ଅଧିକାରୀ ଭାବେ ସେ ଏସ୍ପିଜି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଏହାସହ ରାଜ୍ୟ ଗୁଇନ୍ଦା ବିଭାଗର ମୁଖ୍ୟ ସମେତ ଅନ୍ୟ ବିଭାଗର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ୱ ସମ୍ଭାଳିଥିଲେ।