ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ

କଟକ: ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିଛି।  ଏଥିସହିତ ହୋଟେଲ ମାଲିକ କମଳାକାନ୍ତ ଦାସ ମଧ୍ୟ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି । ଅର୍ଥତତ୍ତ୍ୱ ଚିଟ୍‌ ଫଣ୍ଡ ମାମଲାରେ ଉଭୟଙ୍କ ସଂପୃକ୍ତି ଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା।  ଆଜି ସକାଳ ୭ଟାରେ ସିବିଆଇର ୧୧ ଜଣିଆ ଟିମ୍‌ ଆଶୀର୍ବାଦଙ୍କ ଘର ଓ ଅଫିସ୍‌ରେ ଚଢଉ କରିଥିଲା । ପରେ ତାଙ୍କୁ ଗିରଫ କରାଯାଇଛି।

ଆଶୀର୍ବାଦଙ୍କର ଏଟି ଗ୍ରୁପ୍‌ ସହ ଲିଙ୍କ ଥିବା ଅଭିଯୋଗ ହେବା ପରେ ମାମଲାର ତଦନ୍ତ କମିଶନରେଟ ପୁଲିସ ଏବଂ ପରେ କ୍ରାଇମ ବ୍ରାଞ୍ଚ କରୁଥିଲା। ପରେ ଏହାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଇଥିଲା। ସିବିଆଇ  ତଦନ୍ତ ଦାୟିତ୍ୱ ନେବା ପରେ  ପ୍ରାୟ ୨ ବର୍ଷ ତଳେ ଆର୍ଶୀବାଦଙ୍କୁ ଘନ ଘନ ଜେରା କରିଥିଲା। ଏପରିକି ତାଙ୍କ ଜ୍ୱାଇଁଙ୍କୁ ମଧ୍ୟ ଜେରା କରିଥିଲା।  ଦୁଇବର୍ଷର ନିରବତା ପରେ ପୁଣି ଆଜି ସିବିଆଇ ଏହି ଦୁର୍ନୀତିର ପାଞ୍ଜି ଖୋଲି ଆଶୀର୍ବାଦଙ୍କୁ ଗିରଫ କରିଛି।

ସୂଚନା ଥାଉ କି, ଓସିଏର ସମ୍ପାଦକ ଥିବାବେଳେ ଆଶୀର୍ବାଦ ଏଟି ଚିଟ୍‌ ଫଣ୍ଡରୁ ପ୍ରାୟ୧ କୋଟି ଟଙ୍କା ଆଣି ଓଡ଼ିଶା ପ୍ରିମିୟର ଲିଗ୍‌ରେ ଖର୍ଚ୍ଚ କରିଥିବା  ଅଭିଯୋଗ ହୋଇଥିଲା।  ସିବିଆଇ ଏହି ଘଟଣାର ତଦନ୍ତ କରିବା ପରେ ଆଶୀର୍ବାଦଙ୍କର ଅର୍ଥ ତତ୍ତ୍ୱ ସହ ଲିଙ୍କ ଥିବା  ସ୍ପଷ୍ଟ କରିଛି।  ଆଜି ଗିରଫ ପରେ ତାଙ୍କର ମେଡିକାଲ ଟେଷ୍ଟ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ସବିଆଇ ପକ୍ଷରୁ କୁହାଯାଇଛି ।

ସେହିପରି କମଳାକାନ୍ତଙ୍କ ବିରୋଧରେ ମଧ୍ୟ ଚିଟ୍ ଫଣ୍ଡ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା। ସେ ଏଟି ଗ୍ରୁପ୍‌ ନାଁରେ ଟଙ୍କା ଆଦାୟ କରି ଜମି କିଣିଥିବା ଏବଂ ପରେ ଏହାକୁ ନିଜ ନାମରେ କରିଥିବା ପରି ଅଭିଯୋଗ ହୋଇଥିଲା।

ଅନ୍ୟପକ୍ଷରେ ଆଶୀର୍ବାଦ ବେହେରାଙ୍କ ଗିରଫ ପରେ ତାଙ୍କ ପୁଅ ସଞ୍ଜୟ ବେହେରା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ବାପା ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି। ଆଗକୁ OCA ନିର୍ବାଚନ ଥିବାରୁ ଚାପ ପକାଇବାକୁ ଉଦ୍ୟମ, ନିର୍ବାଚନରେ ହାରିବା ଆଶଙ୍କାରେ ଷଡ଼ଯନ୍ତ୍ର କରାଯାଇଛି।’

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like