ବାଙ୍କି ରଗଡ଼ିରେ ଚାଲିଥିବା କାର୍ତ୍ତିକେଶ୍ୱର ମହୋତ୍ସବ ଉଦ୍ଯାପିତ
କଟକ: କଟକ ଜିଲ୍ଲା ବାଙ୍କି ରଗଡ଼ିରେ ଚାଲିଥିବା କାର୍ତ୍ତିକେଶ୍ୱର ମହୋତ୍ସବ ଉଦ୍ଯାପିତ ହୋଇଛି। ଗତକାଲି ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ବାଙ୍କି ହରିହରରେ ପହଞ୍ଚିବା ପରେ ବୈଜୟନ୍ତ ପଣ୍ଡାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ଏକ ବାଇକ୍ ଶୋଭାଯାତ୍ରାରେ ମହୋତ୍ସବ ସ୍ଥଳୀ ପର୍ଯ୍ୟନ୍ତ ନିଆଯାଇଥିଲା।
ପରେ ପ୍ରଦୀପ ପ୍ରଜ୍ୱଳନ କରି ସେ ଶେଷ ଉଦ୍ଯାପନୀ ସନ୍ଧ୍ୟାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ କଳାକାରମାନେ ଯୋଗ ଦେଇ ପାରମ୍ପରିକ ନୃତ୍ୟ ସାଙ୍ଗକୁ ବିଭିନ୍ନ ଲୋକ ନୃତ୍ୟ ପରିବେଷଣ କରିଥିଲେ।
୫ଦିନ ଧରି ଏହି ମହୋତ୍ସବ ଚାଲିଥିଲା। ଶେଷ ସନ୍ଧ୍ୟାରେ ସମ୍ମାନୀତ ଅତିଥିଭାବେ ବାଙ୍କି-ବାରଙ୍ଗ ଯୁବକ ସଂଘର ଆବାହକ ତୁଷାରକାନ୍ତ ଚକ୍ରବର୍ତ୍ତୀ ଯୋଗ ଦେଇଥିଲେ।