ନିଜର ରାଜନୈତିକ କାର୍ଯ୍ୟପନ୍ଥା ନେଇ ସୂଚନା ଦେଲେ ବୈଜୟନ୍ତ

ମୋ ଇଛା ଖାଲି କେନ୍ଦ୍ରାପଡ଼ା ନୁହେଁ, ସାରା ଓଡ଼ିଶା ପାଇଁ କିଛି କରିବି

କଟକ  : କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କ ଭବିଷ୍ୟତ ରାଜନୈତିକ କାର୍ଯ୍ୟପନ୍ଥା ନେଇ ମତ ରଖିଛନ୍ତି। ଅାଜି କଟକ ଜିଲ୍ଲା ମାହାଙ୍ଗାର ବ୍ରାହ୍ମଣମଣିଯୋରୀ ଗାଁ ଗସ୍ତ ଅବସରରେ ସାମ୍ବାଦିକକଙ୍କ ଏକ ପ୍ରଶ୍ନର ଉତ୍ତରରେ ବୈଜୟନ୍ତ କହିଛନ୍ତି, ଭବିଷ୍ୟତ ପଦକ୍ଷେପ ନେଇ ସେ ମାନସ ମନ୍ଥନ କରୁଛନ୍ତି।

ଲୋକଙ୍କ ମତ ନେଉଛନ୍ତି, ସବୁ ବିଷୟରେ ଭାବୁଛନ୍ତି। କିଛି ଲୋକ ନୂଅା ଦଳ ଅାରମ୍ଭ କରିବାକୁ ବି ପ୍ରୋତ୍ସାହନ ଦେଉଛନ୍ତି। ଯେଉଁଟା ଠିକ୍ ଉପାୟ ହେବ ସେଇଟା ହିଁ କରିବି। ଏ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ନେବି ବୋଲି ବୈଜୟନ୍ତ କହିଛନ୍ତି। ୨ ଦଶନ୍ଧି ଧରି ଯଦି ରାଜନୀତି ଜରିଅାରେ ସେ ଲୋକଙ୍କ ସେବା କରି ଅାସୁଛନ୍ତି , ଅାଉ ରାଜନୀତିରେ ରହି ଏହା କରିବେ ବୋଲି ବୈଜୟନ୍ତ ସ୍ପଷ୍ଟ କରିଛନ୍ତି।

 

You might also like