• translate
Chandan Shishu

ଭୁବନେଶ୍ୱର: BJD ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ। ବାଲେଶ୍ୱର ପ୍ରେସ୍‌ମିଟ୍‌ରେ ନିଜର ଇସ୍ତଫା ଘୋଷଣା କଲେ ଜୀବନ।

ସେ କହିଛନ୍ତି ଯେ ଅଭିଯୋଗ ଉପରେ ପକ୍ଷ ରଖିବାକୁ ସୁଯୋଗ ନଦେବାରୁ ଇସ୍ତଫା ଦେଇଛି। ଉପନିର୍ବାଚନରେ ଯାହା ଦାୟିତ୍ୱ ଦିଆଯାଇଥିଲା କରିଥିଲି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଜାନୁଆରୀରେ ଇସ୍ତଫା ଦେବେ ଋଷିଆ ରାଷ୍ଟ୍ରପତି ବ୍ଲାଦିମିର୍‌ ପୁଟିନ !

ଗତକାଲି ଜୀବନଙ୍କୁ ଦଳରୁ ସସ୍‌ପେଣ୍ଡ କରିଥିଲା ବିଜେଡି। ଦଳ ବିରୋଧୀ କାର୍ଯ୍ୟ ଲାଗି ତାଙ୍କୁ ଦଳରୁ ସସ୍‌ପେଣ୍ଡ୍ କରାଯାଇଛି। ଏ ନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଥିଲା।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ସସ୍‌ପେଣ୍ଡ୍ କରାଯାଇଥିଲା। ପୂର୍ବରୁ ବାଲେଶ୍ୱରରୁ ବିଜେଡି ବିଧାୟକ ଥିଲେ ଜୀବନ ପ୍ରଦୀପ ଦାସ।

Other Stories