ପୂର୍ବତନ ବିଧାୟକ ଅନୁପ ସାଏ ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର: ମାଆ ଝିଅ ହତ୍ୟା ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇ ଛତିଶଗଡ ଜେଲରେ ଥିବା  ପୂର୍ବତନ ବ୍ରଜରାଜନଗର ବିଧାୟକ ଅନୁପ ସାଏ ଅସୁସ୍ଥ ହୋଇପଡ଼ିଛନ୍ତି।  ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ଓ ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ରାୟଗଡ଼ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିବା ସୂଚନା ଦେଇଛନ୍ତି ଅନୁପଙ୍କ ବଡ଼ ଭାଇ।

ସୂଚନାଥାଉ କି, ୨୦୧୬ ମସିହାରେ ଝାରସୁଗୁଡା ସୀମାନ୍ତ ଛତିଶଗଡ଼ରେ ମାଆ ଝିଅ ହତ୍ୟା କରାଯାଇଥିଲା।  ଛତିଶଗଡ଼ ପୋଲିସ ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲା। ତଦନ୍ତ ପରେ ଏହି ମାମଲାରେ ଅନୁପ ସାଙ୍କ ହାତ ଥିବା ସନ୍ଦେହରେ ଛତିଶଗଡ଼ ପୋଲିସ ତାଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ଜେଲ ପଠାଇ ଦେଇଥିଲା। ସେବେଠାରୁ ଅର୍ଥାତ୍‌  ୭ ମାସରୁ ଅଧିକ ସମୟ ହେବ ଅନୁପ ଛତିଶଗଡର ରାୟଗଡ଼ ଜେଲରେ ଅଛନ୍ତି।

You might also like