• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱର ସ୍ଥିତ ବାସଭବନରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

୧୯୮୦ରୁ ୧୯୯୦ ପର୍ଯ୍ୟନ୍ତ ସେ କଟକ ସଦର ନିର୍ବାଚନ ମଣ୍ଡଳୀରୁ ୨ଥର ବିଧାୟକ ଥିଲେ। ଏଥିସହ ନଗର ଉନ୍ନୟନ ମନ୍ତ୍ରୀ ଭାବେ ୧୯୮୯ରୁ ୧୯୯୦ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ। ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦୋଳଗୋବିନ୍ଦ ୧୯୪୨ ମସିହାରେ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ। ସ୍ୱାଧୀନତା ସଂଗ୍ରାମ ପାଇଁ ସେ କଟକ ଓ ବ୍ରହ୍ମପୁର ସେଣ୍ଟ୍ରାଲ ଜେଲ୍‌ରେ ୩ବର୍ଷ ୨ମାସ ଧରି ଜେଲ୍‌ ଦଣ୍ଡ ମଧ୍ୟ ଭୋଗିଥିଲେ।

ସ୍ୱର୍ଗତ ଦୋଳଗୋବିନ୍ଦଙ୍କର ୪ପୁଅ,୩ଝିଅ ଓ ଧର୍ମପତ୍ନୀ ଅଛନ୍ତି। ଦୋଳଗୋବିନ୍ଦଙ୍କ ଇଚ୍ଛା ଅନୁସାରେ ତାଙ୍କର ପୈତୃକ ବାସଭବନ ଗତିରାଉତପାଟଣା ନିକଟସ୍ଥ ଡିହସାହିରେ ଆଜି ଅପରାହ୍ନ ୫ଟାରେ ଶେଷକୃତ୍ୟ ସଂପନ୍ନ କରାଯିବ।

ତାଙ୍କ ମୃତ୍ୟୁ ଖବର ପାଇବା ପରେ ଅନେକ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ରାଜନେତା ତାଙ୍କର ଶେଷ ଦର୍ଶନ କରିଛନ୍ତି।

Former-minister-dolagobinda-pradhan-passes-away-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories