ଦାମ କହିଲେ ‘ମୁଁ ଏବେ ବି ବିଜେଡିରେ ଅଛି’

ଭୁବନେଶ୍ୱର: ବିଜେଡିରୁ ବହିଷ୍କାର ହେବା ପରେ ମଧ୍ୟ ବରିଷ୍ଠ ବିଧାୟକ ଦାମୋଦର ରାଉତଙ୍କ ସ୍ୱର ଦବି ଯାଇ ନାହିଁ। ବୁଧବାର ସେ ପୁଣି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି, ମୁଁ ଏବେ ବି ବିଜେଡିରେ ଅଛି। ଦଳରୁ ବହିଷ୍କାର କରାଯିବା ପୂର୍ବରୁ ମତେ କୈଫିୟତ ମଗାଯାଇ ନାହିଁ କିମ୍ବା ବହିଷ୍କାର ନେଇ ମତେ ଦଳ ଲିଖିତ ଭାବେ କିଛି ଜଣାଇ ନାହିଁ। ଏଥିସହିତ ଜଣେ ସଂପାଦକ ବହିଷ୍କାର ସଂପର୍କିତ ଚିଠି ଲେଖିଥିବା ନେଇ ମଧ୍ୟ ଦାମ ପ୍ରଶ୍ନ ଉଠାଇଛନ୍ତି। ବିଜେଡିର କାର୍ଯ୍ୟକାରିଣୀ ସଦସ୍ୟ ଥିବାରୁ ରାଜ୍ୟ କାର୍ଯ୍ୟକାରିଣୀ ଡାକି ତାଙ୍କୁ ବହିଷ୍କାର କରାଯିବା କଥା ବୋଲି ଶ୍ରୀ ରାଉତ କହିଛନ୍ତି।

ପ୍ରକାଶ ଥାଉକି, ଜଗତସିଂହପୁ ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବିଧାୟକ ପ୍ରଶାନ୍ତ ମୁଦୁଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟରେ ଦାମଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ଆଣିଥିଲେ। ଅନ୍ୟ କର୍ମୀମାନେ ବି ଏହି ଅଭିଯୋଗ ଆଣିଥିଲେ।  ଏହା ପରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା

 

 

You might also like