ଓଟିଭି ପ୍ରତିନିଧିଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ଦାମଙ୍କ କଡ଼ା ପ୍ରତିକ୍ରିୟା
ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ସାହସ ପାଇ ବହୁ ଅଫିସର ସ୍ୱେଚ୍ଛାଚାରୀ ହୋଇଗଲେଣି
ଭୁବନେଶ୍ୱର: ଓଟିଭି ପ୍ରତିନିଧିଙ୍କୁ କ୍ରୀଡ଼ା ସଚିବ ବିଶାଲ ଦେବଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ ବିଧାୟକ ଦାମୋଦର ରାଉତ।
ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ସାହସ ପାଇ ବହୁ ଅଫିସର୍ ସ୍ୱେଚ୍ଛାଚାରୀ ହୋଇଗଲେଣି। ସେମାନେ ଆଇନ କାନୁନ୍ ମାନିବାକୁ ରାଜି ନୁହଁନ୍ତି ବୋଲି ଦାମ ରାଉତ କହିଛନ୍ତି।
ବିଶାଲ ଦେବ ଯାହା କହିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ, ଏବଂ ମୁଁ ଏହାକୁ ନିନ୍ଦା କରୁଛି ବୋଲି ଦାମ ପ୍ରତିକ୍ରିୟାରେ କହିଛନ୍ତି।
ସରକାର ଯେଉଁମାନଙ୍କ ପରାମର୍ଶରେ ଚାଲିଛି, ସେମାନେ କେମିତି ସମସ୍ତେ ଜାଣନ୍ତି ବୋଲି ଦାମ କହିଛନ୍ତି। ତେବେ ଦାମଙ୍କ ମନ୍ତବ୍ୟ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।