ଢେଙ୍କାନାଳ: ଦୁର୍ନୀତି ଓ ଗୁଣ୍ଡାଗର୍ଦ୍ଦିକୁ ନେଇ ରାଜ୍ୟ ସରକାର ଉପରେ ବର୍ଷିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଢେଙ୍କାନାଳ ଗଁଦିଆ ଜନ ସମାବେଶରେ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ବର୍ତ୍ତମାନର ରାଜ୍ୟ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼ି ରହିଛି। ବ୍ଲକ, ତହସିଲରେ ମଧ୍ୟ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି। କେବଳ ଦୁର୍ନୀତି ନୁହେଁ, ଗୁଣ୍ଡାଗର୍ଦ୍ଦି ମଧ୍ୟ ରାଜ୍ୟରେ ବହୁତ ପରିମାଣରେ ବଢ଼ିଥିବା ବୈଜୟନ୍ତ ଅଭିଯୋଗ କରିଛନ୍ତି।
ଆହୁରି ମଧ୍ୟ ସେ କହିଛନ୍ତି, ମୋ ଆଦର୍ଶ ବିଜୁବାବୁଙ୍କ ନାଁର ଅପବ୍ୟବହାର କରାଯାଉଛି। ତାଙ୍କ ନାଁରେ ଗଠିତ ହୋଇଥିବା ଯୁବ ବାହିନୀ ଗୁଣ୍ଡାଗର୍ଦ୍ଦିରେ ସଂପୃକ୍ତ। ବିଜୁ ଯୁବ ବାହିନୀ ସାଜିଛି ସରକାରୀ ଗୁଣ୍ଡା। ଦୁର୍ନୀତି ଓ ଏହି ଗୁଣ୍ଡାଗର୍ଦ୍ଦି ବିରୋଧରେ ଏକାଠି ହେବା ସହିତ ପରିବର୍ତ୍ତନ ପାଇଁ ମଧ୍ୟ ବୈଜୟନ୍ତ ପଣ୍ଡା ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ନେତୃତ୍ୱରେ ଗଁଦିଆରେ ଆୟୋଜିତ ଜନ ସମାବେଶରେ ପୂର୍ବତନ ସାଂସଦ ରାଜ୍ୟ ସରକାରକୁ ଟାର୍ଗେଟ କରିଥିଲେ। ତେବେ ଏହାକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ସମାବେଶ ସ୍ଥଳରେ କିଛି ଯୁବକ ମଞ୍ଚ ଉପରକୁ ଚଢ଼ି ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ନବୀନ ନନ୍ଦଙ୍କ ସମର୍ଥକ ସେମାନଙ୍କୁ ଅଟକାଇଥିଲେ। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା।
Published By: Odishatv Bureau
Last updated: 11 November 2018, 04:31 PM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।