କରୋନା ଯୋଦ୍ଧାଙ୍କ ପାଇଁ ଦୌଡ଼ିବେ ଅବସରପ୍ରାପ୍ତ ଯବାନ

ଢେଙ୍କାନାଳ: କରୋନା ଯୋଦ୍ଧାଙ୍କ ପାଇଁ ଶହେ କିଲୋମିଟର ଦୌଡ। ଏଭଳି ଅଭିନବ ପ୍ରୟାସ କରିଛନ୍ତି ଢେଙ୍କାନାଳ ଜିଲ୍ଲାର ମାର୍ଥାପୁର ଅଞ୍ଚଳର ଅବସରପ୍ରାପ୍ତ ଆର୍ମି ଅଫିସର ସିଦ୍ଧାର୍ଥ ଶଙ୍କର ଦାସ। କରୋନା ଯୋଦ୍ଧାଙ୍କ ମନୋବଳ ବଢ଼ାଇବା ଉଦ୍ଦେଶ୍ୟରେ ଢେଙ୍କାନାଳରୁ ଭୁବନେଶ୍ୱର ଶହେ କିଲୋମିଟର ମାରାଥନ ଦୌଡ ଆରମ୍ଭ କରିଛନ୍ତି ସିଦ୍ଧାର୍ଥ।

ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୧୭୪ ଜଣ ରନର ନିଜ ନିଜ ସ୍ଥାନରେ ଶହେ କିଲୋମିଟର ପର୍ଯ୍ୟନ୍ତ ଜାତୀୟ ପତାକା ଧରିବା ସହ ଦୌଡିବେ। ବିଶ୍ୱ ରେକର୍ଡ ପାଇଁ ସେମାନେ ଏଭଳି ପ୍ରୟାସ କରିଛନ୍ତି ବୋଲି ସିଦ୍ଧାର୍ଥ କହିଛନ୍ତି।

ସେହି ଅନୁଯାୟୀ ଢେଙ୍କାନାଳର ସିଦ୍ଧାର୍ଥ ଆଜି ଭୋରରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଦୌଡ଼ିବା ଆରମ୍ଭ କରିଛନ୍ତି।

You might also like