• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ଜଷ୍ଟିସ ଅଜିତ୍ ସିଂହ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୫ କାର୍ଯ୍ୟକ୍ଷମ ହେବାପରେ ପ୍ରଥମ ଅଧ୍ୟକ୍ଷ ଭାବେ ଜଷ୍ଟିସ ସିଂହଙ୍କୁ ନିଯୁକ୍ତି ମିଳିଛି। ଲୋକାୟୁକ୍ତ ଚୟନ କମିଟିର ସୁପାରିସ୍ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ଜଷ୍ଟିସ ସିଂହଙ୍କୁ ନିଯୁକ୍ତି ଦେଇଛନ୍ତି।

ସୂଚନାଯୋଗ୍ୟ, ଜଷ୍ଟିସ ସିଂହ ଗୌହ୍ୱାଟି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି। ୧୯୫୬ ମସିହାରେ ଜନ୍ମିତ ଜଷ୍ଟିସ ସିଂହ ୧୯୭୯ ମସିହାରେ ମଧ୍ୟପ୍ରଦେଶର ଜବଲପୁର ହାଇକୋର୍ଟରେ ଆଡଭୋକେଟ୍ ଭାବେ କ୍ୟାରିୟର ଆରମ୍ଭ କରିଥିଲେ।

୨୦୦୨ ମସିହାରେ ସେ ମଧ୍ୟପ୍ରଦେଶ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ପରେ ସେ ରାଜସ୍ଥାନ,ଆସାମ, ଅରୁଣାଚଳ ପ୍ରଦେଶ ଓ ନାଗାଲ୍ୟାଣ୍ଡ ହାଇକୋର୍ଟରେ କାର୍ଯ୍ୟ କରିସାରିଛନ୍ତି ।

Former-chief-justice-of-gauhati-high-court-ajit-singh-appointed-as-first-lokayukta-of-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories