ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେଡିରୁ ସସ୍‌ପେଣ୍ଡ୍

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେଡିରୁ ସସ୍‌ପେଣ୍ଡ୍ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଲାଗି ତାଙ୍କୁ ଦଳରୁ ସସ୍‌ପେଣ୍ଡ୍ କରାଯାଇଛି। ଏ ନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ସସ୍‌ପେଣ୍ଡ୍ କରାଯାଇଛି।ପୂର୍ବରୁ ବାଲେଶ୍ୱରରୁ ବିଜେଡି ବିଧାୟକ ଥିଲେ ଜୀବନ ପ୍ରଦୀପ ଦାସ।

୨୦୧୯ରେ ବିଜେଡି ଟିକେଟ୍‌ରୁ ବାଲେଶ୍ୱରରେ ଲଢ଼ି ପରାଜିତ ହୋଇଥିଲେ ଜୀବନ ପ୍ରଦୀପ ଦାସ।ଉପନିର୍ବାଚନରେ ସେ ଟିକେଟ ଆଶାୟୀ ଥିଲେ। ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ମଧ୍ୟ ଟିକେଟ ଆଶାୟୀ ଥିଲେ। ଦୁଇ ଗୋଷ୍ଠୀ ମଧ୍ୟରେ ଅନ୍ତଃକନ୍ଦଳ ପରେ ଦଳର ବରିଷ୍ଠ ନେତା ଓ ମନ୍ତ୍ରୀ ଯାଇ ଏହାର ସମାଧାନ କରିଥିଲେ। ଶେଷରେ ନୂଆ ମୁହଁ ଭାବେ ସ୍ୱରୂପ ଦାସଙ୍କୁ ଟିକେଟ୍‌ ଦେଇଥିଲା ବିଜେଡି।

ଆହୁରି ପଢ଼ନ୍ତୁ

୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ

ନାଗାର୍ଜୁନ ବେଶ: ଦ୍ୱାର ଫିଟିଲା, ଦର୍ଶନ ଦେଲେ ପତିତ ଉଦ୍ଧାରକ ପତିତପାବନ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ଶ୍ରୀମନ୍ଦିରରେ ବିରଳ ଇତିହାସ ହୋଇ ରହିଯିବ ଏଥରର ଦୁର୍ଲଭ ନାଗାର୍ଜୁନ ବେଶ

‘କୁବେର ବାବୁ’ଙ୍କ ପୁଅକୁ ଧରିଲା ଭିଜିଲାନ୍ସ ଟିମ୍‌

ନୂଆ ନୁହେଁ ବିବାଦ, ପ୍ରସଙ୍ଗରୁ ବାହାରି ଆସିବାରେ ଅରୁଣ ସଫଳ !

ଅଫିସର୍‌ ନୁହଁନ୍ତି ତ ସାକ୍ଷାତ କୁବେର !

ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି

ପରୀ ହତ୍ୟା ଘଟଣା: ଅରୁଣ ସାହୁ କହିଲେ, ମୁଁ ହିଂସାରେ ବିଶ୍ୱାସ କରେନି

ପରୀ ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ

‘ଅରୁଣ ସାହୁଙ୍କୁ ବହିଷ୍କାର କରା ନ ଗଲେ ଗୃହ ଚଳାଇ ଦେବୁନି’

ସମ୍ପନ୍ନ ହେଲା କାଳିଆର ଶେଷକୃତ୍ୟ

You might also like