ପୂର୍ବତନ ବିଜେଡି ବିଧାୟକଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକ।   ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନାମ ନାୟକଙ୍କ ଘରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ଉ କରିଛି। 

ଅନାମଙ୍କ ଭବାନୀପାଟଣା ନକଟିଗୁଡ଼ା ବାସଭବନ ଓ ମଦନପୁର ରାମପୁରରେ ଥିବା ଏକ ହୋଟେଲରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି। ରେଡ୍‌ ନେଇ ଭିଜିଲାନ୍ସ DSP ସତ୍ୟବାନ ମହାନନ୍ଦ ସୂଚନା ଦେଇଛନ୍ତି। 

୨୦୧୪ରେ ଅନାମ ନାୟକ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

You might also like