ସମ୍ବଲପୁର: ମାଛରେ ମିଳିଲା ବିଷାକ୍ତ ଫର୍ମାଲିନ୍। ଆଜି ସକାଳୁ ପ୍ରଶାସନ ଏବଂ ମତ୍ସ୍ୟ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ଏକ ଟିମ୍ ଚଢ଼ଉ କରିଥିଲା। ଆଉ ଚଢ଼ଉ ସମୟରେ ଫର୍ମାଲିନ୍ ଥିବା ଜଣାପଡ଼ିଛି। ମତ୍ସ୍ୟ ବିଭାଗ ଓ ମହାନଗର ନିଗମ ପକ୍ଷରୁ ଅଇଁଠାପାଲ୍ଲୀ, ବୁଢ଼ାରାଜା, କମଲୀବଜାର ଓ ଗୋବିନ୍ଦତଲାରେ ଏହି ଚଢ଼ଉ କରାଯାଇଥିଲା।
କେଉଁ କେଉଁ ସ୍ଥାନରେ ବିକ୍ରି ହେଉଛି ବିଷାକ୍ତ ଫର୍ମାଲିନ୍ ମିଶା ମାଛ? ଜାଣିବାକୁ ଚାଲିଛି ଘନ ଘନ ରେଡ୍। ଏହା ସହିତ ରାସ୍ତା କଡ଼ରେ ବସୁଥିବା ବିକାଳି, ମାନଙ୍କଠାରୁ ବି ନମୂନା ସଂଗ୍ରହ କରୁଛି ଜିଲ୍ଲା ପ୍ରଶାସନର ଏନଫୋର୍ସମେଣ୍ଟ ଟିମ୍।
ମାଛରେ କ୍ୟାନ୍ସର୍ ସୃଷ୍ଟିକାରୀ ବିଷାକ୍ତ ଫର୍ମାଲିନ୍ ମିଶୁଥିବା କଥା ଜଣାପଡ଼ିବା ପରେ ଅାତଙ୍କରେ ରହିଛନ୍ତି ଗ୍ରାହକ। ତେଣୁ ମାଛ ବ୍ୟବସାୟ ମଧ୍ୟ ପ୍ରଭାବିତ ହେବାରୁ ସେମାନେ ଚିନ୍ତାରେ ପଡ଼ିଛନ୍ତି।