କାର୍‌ରୁ ମିଳିଲା ପ୍ରାୟ ୧୦ ଲକ୍ଷ ଟଙ୍କାର ହାତୀ ଦାନ୍ତ

ଆନନ୍ଦପୁର: କେନ୍ଦୁଝର ହରିଚନ୍ଦପୁର ଥାନା ଅନ୍ତର୍ଗତ ବାୟାପିଟା ଗାଁ ନିକଟରୁ ୧୯ କିଲୋ ହାତୀ ଦାନ୍ତ ଜବତ କରିଛି ଆନନ୍ଦପୁର ବନ ବିଭାଗ। ଗତକାଲି ବିଳମ୍ବିତ ରାତିରେ ଏକ କାର୍‌ରେ ହାତୀ ଦାନ୍ତ ଚାଲାଣ ହେଉଥିବାବେଳେ ବନ ବିଭାଗ ଏହାକୁ ଜବତ କରିଛି। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ, ଏକ କାର୍‌ରେ ହାତୀ ଦାନ୍ତ ଚାଲାଣ ହେଉଥିବା ଖବର ପାଇ ଗତକାଲି ଆନନ୍ଦପୁର ଡିଏଫ୍‌ଓଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍‌ ଉକ୍ତ ଗାଡ଼ିର ପିଛା କରିଥିଲେ। ପ୍ରାୟ ୩ କି.ମି. ଗାଡ଼ିକୁ ପିଛା କରିବା ପରେ ବାୟାପିଟା ଗାଁ ନିକଟରେ ଗାଡ଼ିକୁ ଅଟକାଇଥିଲେ କର୍ମଚାରୀ। ଏହି ସମୟରେ ଚଢ଼ଉ ବେଳେ ଗାଡ଼ିରୁ ୧୯ କିଲୋ ହାତୀ ଦାନ୍ତ ଜବତ ହୋଇଛି। ଏହାର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

elephant tusks seized

ଏହି ଘଟଣାରେ ଗିରଫ ୩ଜଣଙ୍କୁ ପଚରାଉଚରା କରୁଛି ବନ ବିଭାଗ। ଏହାସହ ଏହି ଘଟଣାରେ ଆଉ କେଉଁ କେଉଁମାନେ ସମ୍ପୃକ୍ତ ଅଛନ୍ତି  ? ଏହା କେଉଁଠିକୁ ଚାଲାଣ ହେଉଥିଲା ?  ଏହାର ଚେର କେଉଁ ଯାଏ ଲମ୍ବିଛି ? ଏସବୁ ନେଇ ବନ ବିଭାଗ ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

You might also like