ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ୨ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମଇଦଳପୁରରୁ ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ରାଇସିଂ ଜାନି ଓ ଭୀମ ଜାନି ନାମକ ୨ ଜଣ ବ୍ୟକ୍ତିଙ୍କୁ ଡାବୁଗାଁ ବନ ବିଭାଗ ଟିମ୍  ଗିରଫ କରିଛି। ଅନ୍ୟ ୩ ଶିକାରୀ ଘଟଣାସ୍ଥଳରୁ ଖସି ଯିବାକୁ ସକ୍ଷମ ହୋଇଛନ୍ତି।

ମଇଦଳପୁର ଅଞ୍ଚଳର ୫ ଜଣ ବ୍ୟକ୍ତି ଜଙ୍ଗଲକୁ ଶିକାର କରିବାକୁ ଯାଇଥିବାବେଳେ ବଜ୍ରକାପ୍ତାଟିକୁ ଆଣିଥିଲେ। ଏହାକୁ ପଡୋଶୀ ରାଜ୍ୟକୁ ବିକ୍ରି କରିବାକୁ ବ୍ୟବସାୟୀଙ୍କ ସହ ଯୋଜନା କରିବାବେଳେ ଖବର ପାଇ ବନବିଭାଗ ଚଢଉ କରିଥିଲା।

ଗିରଫ ପରେ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

You might also like