କୂଅ ଭିତରୁ ଉଦ୍ଧାର ହେଲା ବଜ୍ରକାପ୍ତା

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ରେଞ୍ଜ ସଦର ସେକ୍ସନ ଅନ୍ତର୍ଗତ ବୁଦ୍ଧିଆ ପାଟଣା ଗାଁର ଏକ କୂଅ ଭିତରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ବଜ୍ରକାପ୍ତାଟିର ବୟସ ୫ ବର୍ଷ ବୋଲି ଜଣାପଡ଼ିଛି।

ଆଜି ସକାଳେ ଗାଁ ଲୋକେ କୂଅ ଭିତରେ ବଜ୍ରକାପ୍ତା ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଆଠଗଡ଼ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଗାଁ ଲୋକଙ୍କ ସହାୟତାରେ ବନ ବିଭାଗର କର୍ମଚାରୀମାନେ କୂଅ ଭିତରୁ ବଜ୍ରକାପ୍ତାଟିକୁ ଉଦ୍ଧାର କରିଥିଲେ। ବଜ୍ରକାପ୍ତାଟିର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ପରେ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ତେବେ ବଜ୍ରକାପ୍ତାଟି କୂଅରେ କେମିତି ପଡ଼ିଲା ନା ତାକୁ ଚାଲାଣ ପାଇଁ ରଖାଯାଇଥିଲା, ସେ ସମ୍ପର୍କରେ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

ଗତ ବର୍ଷେ ଭିତରେ କେବଳ ଆଠଗଡ଼ ବନଖଣ୍ଡରୁ ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ୩୦ରୁ ଅଧିକ ବ୍ୟକ୍ତି ଗିରଫ ହୋଇଛନ୍ତି।

You might also like