ସୁନ୍ଦରୀ ଚିନ୍ତା: କାବୁ କରିବାକୁ ବନ ବିଭାଗର ଯୋଜନା

ଅନୁଗୁଳ: ସାତକୋଶିଆ ହାତୀଧରା ଜଙ୍ଗଲରେ ଥିବା ସୁନ୍ଦରୀ ବାଘୁଣୀକୁ କାବୁ କରିବାକୁ ବନ ବିଭାଗ ଯୋଜନା କରିଛି । ଏଥିପାଇଁ ମଧ୍ୟପ୍ରଦେଶର କାହ୍ନା, ୱାଇଲ୍‌ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ, ଡବ୍ଲୁଆଇଆଇ, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ସାତକୋଶିଆ ବନ ବିଭାଗର ମୋଟ୍ ୪ଟି ଟିମ୍ ଗଠନ କରାଯାଇଛି।

ଏହି ଟିମ୍ ଆଜି ଜଙ୍ଗଲ ଭିତରେ ସୁନ୍ଦରୀର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୁନ୍ଦରୀ ଜନବସତି ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଯାହା ବନ ବିଭାଗର ଚିନ୍ତା ବଢ଼ାଇ ଦେଇଛି। ଏଥିସହିତ ଲୋକଙ୍କ ଭିତରେ ମଧ୍ୟ ଅସନ୍ତୋଷ ବଢ଼ିଛି।

ତେଣୁ ସୁନ୍ଦରୀକୁ କୌଣସି ମତେ ଜଙ୍ଗଲ ଭିତରକୁ ବା କୋର୍ ଅଞ୍ଚଳକୁ ଛାଡ଼ିବା ପାଇଁ ଯୋଜନା କରାଯାଇଛି। ତେବେ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରାଯିବ ନା ଟ୍ରାପ୍ କରି ଧରାଯିବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଆବଶ୍ୟକ ହେଲେ, ବାଘୁଣୀକୁ ଧରିବା ପାଇଁ ଆଜି ରାତିରୁ ଅପରେଶନ ଆରମ୍ଭ ହେବ ବୋଲି ଆଡିସନାଲ୍ ପିସିସିଏଫ୍ ତଥା ସାତକୋଶିଆ ଫିଲ୍‌ଡ ଡାଇରେକ୍ଟର୍‌ ସୁଦର୍ଶନ ପଣ୍ଡା ସୂଚନା ଦେଇଛନ୍ତି।

ବାଘୁଣୀ ସୁନ୍ଦରୀକୁ ନେଇ ସାତକୋଶିଆ ଅଞ୍ଚଳରେ ଲଙ୍କାକାଣ୍ଡ ପରେ, ବର୍ତ୍ତମାନ ବନ ବିଭାଗ ତା’ର ପ୍ରକ୍ରିୟା ପରିବର୍ତ୍ତନ କରିଛି। ଇତିମଧ୍ୟରେ ସାତକୋଶିଆ ଡିଏଫ୍ଓ ଏସ୍ଏମ୍‌ଟି ରହମାନଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଛି।

 

You might also like