ବୃନ୍ଦାବନ ଯାଇଥିଲେ ବିଦେଶିନୀ, ଓଡ଼ିଶା ଫେରିବାକୁ ଆକୁଳ ନିବେଦନ

ବାଲେଶ୍ୱର: ଉତ୍ତରପ୍ରଦେଶର ବୃନ୍ଦାବନରେ ଫସି ରହିଥିବା ବିଦେଶୀ ଇସ୍କନ ଭକ୍ତ ଲୀଳାବତି ବାଲେଶ୍ୱର ଆସିବା ଲାଗି ଆକୁଳ ନିବେଦନ କରିଛନ୍ତି। ଦୀର୍ଘ ୮ ବର୍ଷ ହେଲା ବାଲେଶ୍ୱର ଖନ୍ତାପଡ଼ାର ରାଧାମାଧବ ମନ୍ଦିରରେ ରହି ଆସୁଥିବା ଲୀଳାବତି ମାର୍ଚ୍ଚ ମାସରେ ବୃନ୍ଦାବନ ବୁଲି ଯାଇଥିଲେ। ତେବେ ଲକଡାଉନ ଯୋଗୁଁ ଫସି ରହିଥିଲେ।

ବାହାରେ ରହୁଥିବା ଲୋକଙ୍କୁ ଫେରାଇ ଆଣିବା ଲାଗି ରାଜ୍ୟ ସରକାର ଯୋଜନା କରୁଥିବାରୁ ସେ ଖଣ୍ଡାପଡ଼ାର ସ୍ଥାନୀୟ ପଞ୍ଚାୟତ ଓ ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ହେଲେ ତାଙ୍କ ଫେରିବା ନେଇ ଏବେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନଥିବା ସେ କହିଛନ୍ତି। ଓଡ଼ିଶା ଫେରିଲେ ସେ ଆଶ୍ରମରେ ସେବା ଦେଇପାରିବେ। ଏଣୁ ତାଙ୍କୁ ଫେରେଇ ଆଣିବା ଲାଗି ସେ ଗଣମାଧ୍ୟମକୁ ଏକ ଭିଡିଓ ବାର୍ତ୍ତା ଦେଇ ନିବେଦନ କରିଛନ୍ତି।

 

You might also like