କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଦୀପାବଳି ପାଳିଲେ ବିଦେଶୀ ପର୍ଯ୍ୟଟକ

କୋଣାର୍କ: ଆଲୋକର ପର୍ବ ଦୀପାବଳିକୁ ବେଶ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିଛନ୍ତି ବିଦେଶୀ ପର୍ଯ୍ୟଟକ। କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ବିଦେଶୀ ପର୍ଯ୍ୟଟକମାନେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ଓ  ପର୍ଯ୍ୟଟକମାନଙ୍କ ସହ ଦୀପ ଜାଳି ବଡ଼ବଡ଼ିଆ ଡାକି ପରସ୍ପରକୁ ମିଠା ଖୁଆଇ ପରିବେଶ ସୁରକ୍ଷାର ବାର୍ତ୍ତା  ପ୍ରଦାନ କରିଛନ୍ତି।

 

 

ଚଳିତ ବର୍ଷ ସ୍ୱଚ୍ଛ ଭାରତ ଓ ବିନା ବାଣରେ ଦୀପାବଳି ପାଳନ ବାର୍ତ୍ତା ପ୍ରଦାନ ପାଇଁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଋଶିଆରୁ ଆସିଥିବା ୩୦ରୁ ଅଧିକ ପର୍ଯ୍ୟଟକ ସାମିଲ ହୋଇ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ରଙ୍ଗୋଲି ଆଙ୍କି ଦୀପ ଜାଳିଥିଲେ।

You might also like