ବଣ୍ଡା ଘାଟିରେ ଇଟାଲୀୟ ଦମ୍ପତି

ମାଲକାନଗିରି : ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରୁ ଦୁଇ ଇଟାଲୀୟ ଦମ୍ପତିଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରିଛି। ଦୁଇ ଦମ୍ପତି ହେଲେ ଇଣ୍ଡିକୋ ସେସୋଡି ଏବଂ ଫ୍ରାଙ୍କ ଶାଖା।

ସୂଚନା ଅନୁସାରେ, ଦୁଇ ଦମ୍ପତି ଜଣେ ଇଗ୍‌ନୋ କର୍ମଚାରୀଙ୍କ ସହାୟତାରେ ବଣ୍ଡାଘାଟି ଯାଇଥିଲେ। ତେବେ ରାସ୍ତାରେ ସ୍ଥାନୀୟ ଲୋକେ ଦେଖିବା ପରେ ପୁଲିସ ଏବଂ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲେ।

ଏହାପରେ ସଙ୍ଗେସଙ୍ଗେ ଖଇରପୁଟ ତହସିଲଦାର ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ସହ ପିଡିଙ୍କ ନିକଟରେ ହସ୍ତାନ୍ତର କରିଥିଲେ। ପଚରାଉଚୁରା ସମୟରେ ଉଭୟେ ଗୃହ ବିଭାଗର ଅନୁମତି ଆଣିନଥିବା କହିଥିଲେ।

ତେବେ ବିନା ଅନୁମତିରେ ଉକ୍ତ ଅଂଚଳକୁ ଯାଇପାରିବେ ନାହିଁ କହି ପରେ ପିଡି ସେମାନଙ୍କୁ ଛାଡିଦେଇଥିଲେ।

You might also like