ଠକ ବିଦେଶୀକୁ ଧରିଲା ପୁଲିସ୍

କଟକ ଶିଶୁଭବନ ଡାକ୍ତରଙ୍କଠାରୁ ଠକି ନେଇଥିଲା ୧୮ଲକ୍ଷ ୫୦ହଜାର ଟଙ୍କା

କଟକ: କଟକ ଶିଶୁଭବନ ଡାକ୍ତର ପ୍ରଫେସର୍‌ ମଙ୍ଗଳ ଚରଣ ମୁର୍ମୁଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିବା ଘଟଣାରେ, ପୁଲିସ ଅଭିଯୁକ୍ତ ବିଦେଶୀ ନିକୋଲାସ କଜ୍‌ୱେଙ୍କୁ ଗିରଫ କରିଛି। ସେ ଘାନାର ନାଗରିକ ନିକୋଲାସ୍ ଫୋନ୍ ଯୋଗେ ଡାକ୍ତର ମୁର୍ମୁଙ୍କ ସହ ଯୋଗାଯୋଗରେ ଥିଲେ।  ତେବେ ଡାକ୍ତର ମୁର୍ମୁ ଶିଶୁରୋଗ ବିଶେଷଜ୍ଞ ଜାଣିବା ପରେ ଶିଶୁରୋଗ ସମ୍ବନ୍ଧୀୟ ଉପକରଣ ଯୋଗାଇଦେବା ଆଳରେ ୧୮ଲକ୍ଷ ୫୦ହଜାର ଟଙ୍କା ମାଗିଥିଲା।

ଏନେଇ ଡାକ୍ତର ମୁର୍ମୁ ଟଙ୍କା ଦେବା ପାଇଁ ନିକୋଲାସ୍‌କୁ କଟକ ଡକାଇଥିଲେ। ପ୍ରଥମେ ନିଜ ଘରକୁ ଡାକି ୫ଲକ୍ଷ ଟଙ୍କା ଦେଇଥିଲେ। ପରେ ଗତ ଡିସେମ୍ବର ୩୧ ତାରିଖରେ ନିଜ ସମ୍ପର୍କିୟଙ୍କଠାରୁ ବଳକା ଟଙ୍କା ଆଣି ଦେଇଥିଲେ। ଉଭୟ ଏକ ହୋଟେଲରେ ରହିଥିବାବେଳେ, ନିକୋଲାସ୍ କେଉଁଆଡ଼େ ଚାଲିଯାଇଥିଲେ।

ଡାକ୍ତର ମୁର୍ମୁ ନିକୋଲାସଙ୍କୁ ଯୋଗଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହେବା ପରେ ଶେଷରେ ଥାନାରେ ଅଭିଯୋଗ କରିଥିଲେ। ସଙ୍ଗେସଙ୍ଗେ ପୁଲିସ୍‌ର ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ସହ ଷ୍ଟେସନରୁ ନିକୋଲାସ୍‌ଙ୍କୁ ଧରିଥିଲା। ଏହାସହ ତାଙ୍କଠାରୁ ସମସ୍ତ ଟଙ୍କା ସହ ପାସପୋର୍ଟ ଜବତ କରିଥିଲା ଏନେଇ ଅନୁଗୁଳ ଥାନାରେ ଏକ ମାମଲା ରୁଜୁ ହେବା ସହ ପରେ କଟକ ଲାଲବାଗ ଥାନାକୁ ଟ୍ରାନ୍ସଫର କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

You might also like