ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ମୋବାଇଲ ସେବା ଆରମ୍ଭ

ମାଲକାନଗିରି: ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଲା ମୋବାଇଲ ସେବା। ହାନ୍ତାଳଗୁଡ଼ା, ପିପଲପଦର, ଯନ୍ତାପାଇ ଓ ଦାରଲାବେଡ଼ା ଅଞ୍ଚଳବାସୀଙ୍କୁ ମୋବାଇଲ ସେବା ଯୋଗାଇଛି ଘରୋଇ କମ୍ପାନୀ ଏୟାରଟେଲ। ଏଥିରେ ପ୍ରାୟ ୩୦ ହଜାର ଲୋକ ଉପକୃତ ହେବେ ବୋଲି ଜଣାପଡ଼ିଛି। ପୂର୍ବରୁ ମୋବାଇଲ ସେବା ପାଇଁ ଏହି ଅଞ୍ଚଳର ଲୋକଙ୍କୁ ଚିତ୍ରକୋଣ୍ଡା ଯିବାକୁ ପଡ଼ୁଥିଲା।

ମାଓବାଦୀଙ୍କ ନାଲି ଆଖି ଭୟରେ ଏହି ଅଞ୍ଚଳରେ ମୋବାଇଲ ସେବା ଆରମ୍ଭ ହୋଇପାରୁ ନ ଥିଲା। ତେବେ ପ୍ରଶାସନ ଓ ପୋଲିସ୍‌ର ସୁରକ୍ଷା ଯୋଗୁ ଆଜି ସ୍ୱାଭିମାନ ଅଞ୍ଚଳରେ ମୋବାଇଲ ସେବା ଆରମ୍ଭ ହୋଇପାରିଛି।

ପୂର୍ବରୁ ଗୁରୁପ୍ରିୟା ସେତୁ ଯୋଗୁ ଯୋଗାଯୋଗ ସମ୍ଭବ ହୋଇଥିବା ବେଳେ ଏବେ ମୋବାଇଲ ସେବା ସୁବିଧା ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ବିକାଶ ସହ ଯୋଡ଼ିଛି।

You might also like