କରୋନା ମୁକାବିଲା: ସାଂସଦ ପାଣ୍ଠିରୁ କୋଟିଏ ଟଙ୍କା ସହିତ ମାସକ ଦରମା ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ଦେଶ ଏକ୍‌ଜୁଟ୍‌ ହୋଇଛି। ଦେଶର ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି ନେତା, ଅଭିନେତା, ଖେଳାଳି ସମସ୍ତେ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ କିଛି ସହାୟତା ଦେଉଛନ୍ତି।

ଆଜି  କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଜ ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କା ଦାନ କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ନେସନାଲ୍ ରିଲିଫ୍ ଫଣ୍ଡକୁ ମାସକର ଦରମା ବି ଦେଇଛନ୍ତି।

କରୋନା ଭାଇରସ୍ ପାଇଁ ସମସ୍ୟାରେ ଥିବା ଲୋକଙ୍କୁ ଏହି ରାଶି ସହାୟତା କରିବ ବୋଲି ଧର୍ମେନ୍ଦ୍ର ଟ୍ୱିଟ୍ କରି  ସୂଚନା ଦେଇଛନ୍ତି।

 

You might also like