• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

କେନ୍ଦୁଝର : କେନ୍ଦୁଝରରେ ଅଘଟଣ। ବିଷାକ୍ତ ଖାଦ୍ୟ ଖାଇ ଜଣେ ମୃତ, ୧୧ ଅସୁସ୍ଥ। ସୂଚନା ଅନୁସାରେ, କେନ୍ଦୁଝରର ଜଣେ ବ୍ୟକ୍ତିଙ୍କ ବାହାଘର ପାଇଁ ଗତକାଲି ରାତିରେ ଟେଣ୍ଟ ବନ୍ଧା ଯାଇଥିଲା। ଏଥିରେ ପ୍ରାୟ ୮ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ।  ଖାଇବା ପାଇଁ ଘରେ ରୋଷେଇ ହୋଇଥିବାବେଳେ, ଗତାକାଲି ରାତିରେ ଟେଣ୍ଟ ବନ୍ଧା ପାଇଁ ଆସିଥିବା ୮ଜଣ କର୍ମଚାରୀ ଓ ପରିବାରର ୪ଜଣ ଖାଇଥିଲେ।

ଏହାପରେ ମଧ୍ୟରାତ୍ରରେ ସମସ୍ତଙ୍କୁ ବାନ୍ତି ହୋଇଥିଲା। ଅସୁସ୍ଥଙ୍କୁ ପ୍ରଥମେ କେନ୍ଦୁଝର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ରାସ୍ତାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ। ମୃତକ ହେଲେ ମିଟୁ ନାୟକ।

ତେବେ ୧୧ଜଣ ଅସୁସ୍ଥଙ୍କ ମଧ୍ୟରେ ୨ଜଣ ମହିଳା ଅଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି।

Food-poisioning-death-in-keonjar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories