ମନ ମୋହିଲା ପାରମ୍ପରିକ ଲୋକନୃତ୍ୟ

ସରିଲା ଲୋକସଙ୍ଗୀତ ମହୋତ୍ସବ 

ଭୁବନେଶ୍ୱର ଉତ୍କଳମଣ୍ଡପ ପରିସରରେ ୩ ଦିନ ଧରି ଚାଲିଥିଲା ରାଜ୍ୟ ସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ  ଗୁରୁବାର ଉଦ୍‌ଯାପିତ ହୋଇଛି । ଶେଷ ସନ୍ଧ୍ୟାରେ ୧୦ଟି ଜିଲ୍ଲାର କଳାକାର  ବିଭିନ୍ନ ଲୋକନୃତ୍ୟ ପରିବେଷଣ କରିଥିଲେ । ସେମାନେ ପଶ୍ଚିମ ଓଡିଶାର ପାରମ୍ପାରିକ ପର୍ବ ଭାଇଯୁଉଁତିଆ ପର୍ବକୁ ନେଇ ଡାଲଖାଇ, ଗଞ୍ଜାମର ବାଘନାଚ, ଜଗତସିଂପୁରର ଧୁଡୁକି ନାଚ, ପୁରୀର ସାହିଯାତ ଭଳି ଅନେକ ଲୋକନୃତ୍ୟ  ପରିବେଷଣ କରିଥିଲେ।

ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହାସହ ଲୋକକଳାର ପ୍ରଚାର ପ୍ରସାର ଓ କଳାକାରମାନଙ୍କୁ ପ୍ରୋତ୍ସାହିତ କରୁଥିବା ଜିଲ୍ଲାପାଳଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।

You might also like