ଦର୍ଶକଙ୍କ ମନ ମୋହିଲା ଲୋକନୃତ୍ୟ

ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଂଗୀତ ମହୋତ୍ସବ

ଭୁବନେଶ୍ୱର : ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଆରମ୍ଭ ହୋଇଛି ତିନି ଦିନିଆ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଂଗୀତ ମହୋତ୍ସବ । ଏଥିରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ୩୦ଟି ଲୋକନୃତ୍ୟ ଦଳ ଅଂଶଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜନ କରାଯାଇଛି ।

ହଜି ଯାଉଥିବା ଲୋକକଳା ଓ ଲୋକନୃତ୍ୟର ପ୍ରଚାର ଓ ପ୍ରସାର କରିବା ଏବଂ କଳାକାରଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ମହୋତ୍ସବର ଆୟୋଜନ କରାଯାଉଛି। ମହୋତ୍ସବରେ ସମ୍ବଲପୁରର ରସରକେଲି, କଳାହାଣ୍ଡିର ବଜାସାଲ, ବାଲେଶ୍ୱରର ଚଢେୟା ଚଢେୟାଣି, ସୁନ୍ଦରଗଡର ଓରାମ ନୃତ୍ୟ, କେନ୍ଦଝରର ଝୁମର ନୃତ୍ୟ ଏବଂ ନବରଙ୍ଗପୁର,କୋରାପୁଟ ଆଦି ୧୦ ଜିଲ୍ଲାର ପ୍ରମୁଖ ଲୋକନୃତ୍ୟ ଦେଖିବାକୁ ମିଳିଥିଲା।

ଏହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ଏହି ଉତ୍ସବର ଶେଷ ସନ୍ଧ୍ୟାରେ ମଧ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଶିତ ହେବ ବୋଲି ଜଣାଯାଇଛି।

ଆହୁରି ପଢ଼ନ୍ତୁ

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

You might also like