୧୪ ଲକ୍ଷ ଟଙ୍କା ଜବତ 

ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଗରାମିଆଁ ରେଙ୍ଗାଲି ବନ୍ଧରେ ଯାଉଥିବା ଏକ ବୋଲେରୋରୁ  ୧୪ ଲକ୍ଷ ଟଙ୍କା ଜବତ କରାଯାଇଛି। ଫ୍ଲାଇଂ ସ୍କ୍ୱାଡ୍‌ ଓ କାଳିଆ ପାଣି ପୁଲିସ୍‌ ଏହି ଟଙ୍କା ଜବତ କରିଛନ୍ତି।  ଏକ ଟ୍ରାନ୍ସପୋର୍ଟ କଂପାନି ପକ୍ଷରୁ ଏହି ଟଙ୍କା ନିଆଯାଉଥିବା ଜଣାପଡ଼ିଛି। ଏହି ଘଟଣାରେ ଡ୍ରାଇଭର ସମେତ ୩ ଜଣଙ୍କୁ ପୁଲିସ୍‌ ଅଟକ ରଖିଛି।

ତେବେ ଏତେ ଟଙ୍କା କାହିଁକି ନିଆଯାଉଥିଲାଏନେଇ ପୁଲିସ୍  ତଦନ୍ତ କରୁଛି।

 

You might also like