ଆଗକୁ ଆସୁଛି ମକର ସଂକ୍ରାନ୍ତି ; କଟକରେ ଆରମ୍ଭ ହୋଇଗଲାଣି ଗୁଡ଼ି ଉଡା

କଟକ : ଆଗକୁ ଆସୁଛି ମକର ସଂକ୍ରାନ୍ତି। ଏହି ଦିନ ଆସିଲେ ମନକୁ ଆସିଯାଏ କଟକର ଗୁଡ଼ି ଉଡା ପରମ୍ପରା। କାହିଁ କେଉଁ କାଳରୁ କଟକରେ ଏହି ପରମ୍ପରା ଚାଲି ଆସିଥିବାବେଳେ, ବିଭିନ୍ନ ଦୋକାନରେ ଦେଖିବାକୁ ମିଳିଲାଣି ଭଳିକି ଭଳି ଗୁଡ଼ି।

ହାତରେ ମାତ୍ର ଦୁଇ ଦିନ ଥିବାରୁ ସାହି ଗଳିରେ ପିଲାମାନେ ଗୁଡ଼ି ଉଡା ଆରମ୍ଭ କରିସାରିଲେଣି। ସେପଟେ ସମୟକ୍ରମେ ସାଧା ସୂତା ବଦଳରେ ପ୍ଲାଷ୍ଟିକ୍‌ ସୂତାର ଚାହିଦା ବଢୁଥିବାରୁ କେତେବେଳେ ଯେ କାହାର ଜୀବନ ଯିବ ତାକୁ ନେଇ ଚିନ୍ତାରେ ସହରବାସୀ।

ଗୁଡ଼ି କଥା ଆସିଲେ ମନେ ପଡିଯାଏ ଅକ୍ଷୟ ମହାନ୍ତିଙ୍କ ସେହି ଲୋକପ୍ରିୟ ଗୀତ। କଟକ ସହରର ଗୁଡ଼ିଉଡା ପରମ୍ପରାକୁ ନେଇ ଏ ଗୀତ ଆଜିବି ଅଭୁଲା ସ୍ମୃତି ହୋଇ ରହିଛି। ମକର ସଂକ୍ରାନ୍ତି ଆଉ ଦିନ କେଇଟା ଥିବାରୁ ଏବେଠାରୁ ଆରମ୍ଭ ହୋଇଗଲାଣି ଗୁଡ଼ିଉଡା।

ସହରର ଝୋଲାସାହି,  ଚୌଧୁରୀ ବଜାର, ନନ୍ଦି ସାହି ଓ ପିଠାପୁର ଆଦି ଅଂଚଳରେ ଖୋଲିଗଲାଣି ଗୁଡ଼ି ଦୋକାନ। ରଂଗବେରଙ୍ଗର ଗୁଡ଼ି ଓ ନଟେଇ କିଣିବା ପାଇଁ ଜମିଲାଣି ଗ୍ରାହକଙ୍କ ଭିଡ଼। ଏଥର ଗୁଡ଼ି ଦର ୩ ଟଙ୍କାରୁ ଆରମ୍ଭ କରି ୩୫୦ଟଙ୍କା ରହିଥିବାବେଳେ ନଟେଇ ଦର ୨୦ଟଙ୍କାରୁ ଆରମ୍ଭ କରି ୭୦୦ଟଙ୍କା ପର୍ଯ୍ୟନ୍ତ ରହିଛି।

ଚଳିତବର୍ଷ ମୋଟୁପତଲୁ, ସ୍ପାଇଡରମ୍ୟାନ ଓ କଟନ ଗୁଡ଼ିର ଚାହିଦା ଅଧିକ ରହିଛି। କିଛି ଗୁଡ଼ି ସ୍ଥାନୀୟ ବାସିନ୍ଦା ତିଆରି କରୁଥିବାବେଳେ, ଅନ୍ୟକିଛି କୋଲକତାରୁ ଆସୁଥିବା ବ୍ୟବସାୟୀ କହିଛନ୍ତି। ସେପଟେ ଗୁଡ଼ି ଉଡା ପାଇଁ ଆଗରୁ ସାଧା ସୂତା ଓ ମାଂଜା ସୂତାର ବ୍ୟବହାର ହେଉଥିବାବେଳେ, ଏବେ ପ୍ଲାଷ୍ଟିକ ସୂତାର ବହୁଳ ବ୍ୟବହାର ହେଉଛି। ଯାହାକୁ ନେଇ ଚିନ୍ତାରେ ସହରବାସୀ। ୨୦୧୫ ମସିହାରୁ ଆଜି ପର୍ଯ୍ୟନ୍ତ ଏହି ସୂତା ଲାଗି ୪ଜଣଙ୍କର ଜୀବନ ଯାଇଛି। ୨୦୧୬ ମସିହାରେ ତତ୍‌କାଳୀନ ଜିଲ୍ଲାପାଳ ମାଂଜା ଓ ପ୍ଲାଷ୍ଟିକ୍‌ ସୂତା ବିକ୍ରି ଉପରେ କଟକଣା ଜାରି କରିଥିଲେ।

ଏବେ ପୁଣି ପ୍ଲାଷ୍ଟିକ୍‌ ସୂତା ବିକ୍ରି ସହର ବାସିଙ୍କ ଚିନ୍ତା ବଢାଇଦେଇଛି। ଗଳିକନ୍ଦିରେ ପ୍ଲାଷ୍ଟିକ୍‌ ସୂତା ଛିଡି ଲାଗି ରହୁଥିବାରୁ କେତେବେଳେ ଯେ ପୁଣି ଥରେ ଅଘଟଣ ଘଟିବ ତାକୁ ନେଇ ଚିନ୍ତାରେ ସହରବାସୀ।

ସେପଟେ ଜିଲ୍ଲା ପ୍ରଶାସନ ଏହାକୁ ଗମ୍ଭୀରତାର ସହ ନେଇଛି। ସଚେତନତା ପାଇଁ ସହରରେ ଗାଡ଼ି ବୁଲାଯିବା ସହ ପ୍ଲାଷ୍ଟିକ ସୂତା ବିକ୍ରି ଉପରେ କିପରି ରୋକ୍ ଲଗାଯାଇପାରିବ ସେନେଇ ଖୁବଶୀଘ୍ର ଚଢ଼ଉ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ଆହୁରି ପଢ଼ନ୍ତୁ

ବାପାଙ୍କ ଶବକୁ କାନ୍ଧ ଦେଇ ମଶାଣି ନେଲେ ତିନି ଝିଅ , ଦେଲେ ମୁଖାଗ୍ନି

ସରକାରଙ୍କ ଠିକାଦାର ପ୍ରୀତିର ଗୁମର ଖୋଲିଲେ ଏଜି ; କାମ ନକରି ବି ମାଲେମାଲ୍ ଠିକାଦାର

ସାହାରା ଇଣ୍ଡିଆ କମ୍ପାନୀର ବ୍ରହ୍ମପୁର ଅଫିସରେ ତାଲା

ଖୋଲିବ ଛୋଟାର କଳା ସାମ୍ରାଜ୍ୟର ଗୁମର

ପାଟକୁରାରେ ବିଜେଡି ସୁପ୍ରିମୋଙ୍କ ମାରାଥନ ପ୍ରଚାର

କୁଳଭୂଷଣଙ୍କୁ ପାକିସ୍ତାନ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ସ୍ଥଗିତ ରଖିଲେ ICJ

ବିଧାନସଭାରେ ଅନୁପସ୍ଥିତ, ପାଟକୁରାରେ ଉପସ୍ଥିତ

ଆଦର୍ଶ ପୋଖରୀ ଖୋଳାରେ ମହାଘୋଟାଲା ; ୧୦ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗ

କିଓସ୍କ ବ୍ୟାଙ୍କିଙ୍ଗ୍ ନାଁରେ ବଡ଼ ଘୋଟାଲା : ଗ୍ରାହକ ସେବା କେନ୍ଦ୍ର ପରିଚାଳକ ଫେରାର

ନିଶା ଓ ପଥର ମାଫିଆ ଘର ଉପରେ ଚଢ଼ିଲା ବୁଲ୍‌ଡୋଜର

ବାହୁଡ଼ାରେ ଘୁଗୁନି ବିକିଲେ ପଦ୍ମଶ୍ରୀ ହଳଧର ନାଗ

ଅଧୁରା ରହିବ କି ୩ ଜିଲ୍ଲାର ମଡେଲ୍ ଡିଗ୍ରୀ କଲେଜ ସ୍ୱପ୍ନ ?

You might also like