ରାଜଧାନୀରେ ବଢ଼ୁଛି ଡ୍ରଗ୍ସ ଓ ଅନ୍‌ଲାଇନ୍‌ ସେକ୍ସ କାରବାର

ଭୁବନେଶ୍ୱର: ରାଜଧାନୀରେ ବଢ଼ୁଛି ଡ୍ରଗ୍ସ ଓ ଅନ୍‌ଲାଇନ୍‌ ସେକ୍ସ କାରବାର। ନୂଆ ବର୍ଷରେ ଜୋରଦାର ସେକ୍ସ କାରବାର ପାଇଁ ଚୋରା ବ୍ୟବସାୟୀ ରଚିଛନ୍ତି ଯୋଜନା। ପୁଲିସ୍‌କୁ ଚକ୍‌ମା ଦେବା ପାଇଁ  ଅନ୍‌ଲାଇନ୍‌ ଟ୍ରେଡିଂ ଉପରେ ଦଲାଲ୍‌ ଓ ବ୍ରାଉନ୍‌ ସୁଗାର ବେପାରୀ ନୂଆ କୌଶଳ ଆପଣାଉଛନ୍ତି । ଅଧିକ ଲାଭ ଆଶାରେ ରାଜଧାନୀକୁ ଦେଶୀ ଓ ବିଦେଶୀ ଯୁବତୀ ଅଣାଯାଇଥିବା ବେଳେ ଚଳଚଞ୍ଚଳ ହୋଇପଡ଼ିଛି ଛୋଟ, ବଡ଼ ହୋଟେଲ୍‌ ଆଉ ସ୍ପା। ତେବେ ଆଗକୁ ନୂଆବର୍ଷ ଥିବାରୁ ଛିନ୍‌ତାଇ ଓ ଲୁଟ୍ ରୋକିବାକୁ ତତ୍ପର ହୋଇପଡ଼ିଛି କମିଶନରେଟ୍ ପୁଲିସ୍‌।

ରାଜଧାନୀରେ ନିଶା ଖାଇବା ପାଇଁ  ଛିନ୍‌ତାଇ ଓ ଲୁଟ ବଢ଼ି ଚାଲିଥିବାବେଳେ ଅଧିକାଂଶ କ୍ଷେତ୍ରରେ କାରଣ ହେଉଛି ଡ୍ରଗ୍ସ। ପୁଲିସ୍‌ କମିଶନରଙ୍କ କହିବା ଅନୁସାରେ, କୁଇକ୍‌ ଆକ୍ସନ୍ ଟିମ୍ ୨ ମାସ ଭିତରେ ୧୦ଟି ଡ୍ରଗ୍ସ ମାମଲା ଧରିଛି। ପ୍ରାୟ ୧୦ରୁ  ଅଧିକ ଅପରାଧୀ, ନଗଦ ୩ ଲକ୍ଷରୁ ଅଧିକ ଟଙ୍କା ଓ ୨୦୦ ଗ୍ରାମ୍ ବ୍ରାଉନ୍‌ ସୁଗାର ମଧ୍ୟ ଜବତ ହୋଇଛି। ସେହିପରି ଅବକାରୀ ବିଭାଗ ମଧ୍ୟ ଗୋଟିଏ ସପ୍ତାହ ଭିତରେ ରାଜଧାନୀରୁ ବହୁ ଡ୍ରଗ୍ସ ଜବତ କରିଛି।

ଆଗକୁ ନୂଆବର୍ଷ ଆସୁଥିବାରୁ ଛିନ୍‌ତାଇ ଓ ଲୁଟ୍‌ କାରବାରକୁ ରୋକିବାକୁ, ଡ୍ରଗ୍ସ ଡ୍ରାଇଭ୍‌ ଉପରେ ପୁଲିସ୍‌ର ଫୋକସ୍‌ ଅଧିକ ରହିବ ବୋଲି ପୁଲିସ୍‌ କମିଶନର କହିଛନ୍ତି। ଶୁକ୍ରବାର କ୍ରାଇମ୍‌ ରିଭ୍ୟୁ ବୈଠକରେ ଟୁଇନ୍ ସିଟିର ଡିସିପିଙ୍କୁ କଡ଼ା ଆଭିମୁଖ୍ୟ ନେବାକୁ ପୁଲିସ୍‌ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ଏପଟେ ନୂଆ ବର୍ଷକୁ ଆଖି ଆଗରେ ରଖି ଅନ୍‌ଲାଇନ୍‌ ସେକ୍ସ କାରବାରକୁ ନେଇ ଦଲାଲ୍‌ ରାଜଧାନୀରେ ସକ୍ରିୟ ହୋଇପଡ଼ିଛନ୍ତି। ବଙ୍ଗୀୟ ଯୁବତୀ, ଥାଇ ଗର୍ଲ, ଦେଶୀ , ବିଦେଶୀ କର୍ଲଗର୍ଲଙ୍କୁ ରାଜଧାନୀକୁ ଆଣି ଏସ୍‌କର୍ଟ ସର୍ଭିସ୍‌ ଦେବା ନାଁରେ ଅନ୍‌ଲାଇନ୍‌ରେ ଛତୁ ଫୁଟିଲା ଭଳି ସେକ୍ସ ସାଇଟ୍‌ ଖୋଲିଛି। ତେବେ ଅନ୍‌ଲାଇନ୍‌ରେ ସେକ୍ସ କାରବାର ଚଳାଇଥିବା ଏକ ଦଲାଲ ସହ ଯୋଗାଯୋଗ କରିବା ପରେ କିପରି ଏବଂ କି ସୁବିଧା ଯୋଗାଇ ଦିଆଯାଉଛି, ତାହା ଖୁଲମ୍‌ଖୁଲା ବଖାଣିଥିଲେ। ଏମିତିକି ଏଥିପାଇଁ ରେଟ୍‌, ଟ୍ରାନ୍ସପୋର୍ଟ, ହୋଟେଲ୍‌ ସୁବିଧା ଯୋଗାଇ ଦିଆଯାଉଥିବା କହିଥିଲେ। ଦଲାଲ୍‌ ଓ ରିପୋର୍ଟରଙ୍କ ମଧ୍ୟରେ କ’ଣ ସବୁ କଥାବାର୍ତ୍ତା ହୋଇଥିଲା ପଢ଼ନ୍ତୁ।

ରିପୋର୍ଟର- କ’ଣ ସୁବିଧା ରହିଛି ?

ଦଲାଲ୍‌-  ସବୁ ସୁବିଧା ରହିଛି।

ରିପୋର୍ଟର୍- ନବା ସୁବିଧା କ’ଣ, ଅସୁବିଧା ହବନି ତ ?

ଦଲାଲ୍‌- ବିନ୍‌ଦାସ୍‌ ଆସିବେ, କିଛି ଅସୁବିଧା ହେବନି, ରୁମ୍‌ ମିଳିବ।

ରିପୋର୍ଟର- ଫଟୋ ଦେଖାଅ, ଭଲ ଝିଅ ମିଳିବେ ତ ?

ଦଲାଲ୍‌-  ଫୋନ୍‌ ନମ୍ବରରେ ହ୍ୟାଲୋ ଭୁବନେଶ୍ୱର ପଠାଅ।

 

You might also like