ହୀରାକୁଦରେ ୧୦ଟି ଗେଟ୍ ଖୋଲା
ସମ୍ବଲପୁର: ହୀରାକୁଦ ଡ୍ୟାମ୍ରୁ ଆଜି ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଡ୍ୟାମକୁ ପ୍ରତି ସେକେଣ୍ଡରେ ୭୬ ହଜାର ୫୬ ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସନ ହେଉଛି ୧ ଲକ୍ଷ ୬୪ ହଜାର ୩୨୬ ଘନ ଫୁଟ ଜଳ। ଡ୍ୟାମ୍ର ବାମ ପଟ ୭ଟି ଓ ଡାହାଣ ପଟର ୩ଟି ଗେଟ ଦେଇ ବନ୍ୟା ଜଳ ଛଡ଼ାଯାଉଛି। ଏବେ ହୀରାକୁଦ ଡ୍ୟାମ୍ରେ ୬୧୦ ଦଶମିକ ୪୭ ଫୁଟ ପାଣି ରହିଛି।