• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ହୀରାକୁଦ ଡ୍ୟାମ୍‌ରୁ ବନ୍ୟା ଜଳ ନିଷ୍କାସନ ପରେ ମହାନଦୀର ତଳମୁଣ୍ଡରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଆଶ୍ୱସ୍ତିର କଥା, ଆଜି ଛତିଶଗଡ଼ ପଟୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କମୁଥିବା ଦେଖିବାକୁ ମିଳିଛି।

ଆଜି ଭୋର ୪ଟାରୁ ଡ୍ୟାମ୍‌ ଭିତରକୁ ଜଳ ପ୍ରବେଶ ପରିମାଣ ହ୍ରାସ ପାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର(SRC) ପ୍ରଦୀପ ଜେନା କହିଛନ୍ତି। ଆଜି ସକାଳେ ଟ୍ୱିଟ୍ କରି SRC ଏହି ସୂଚନା ଦେଇଛନ୍ତି। ଆଗକୁ ଆହୁରି ମଧ୍ୟ ଜଳ ପ୍ରବେଶ ହାର କମିବ ବୋଲି SRC କହିଛନ୍ତି।

ତେବେ ମୁଣ୍ଡଳିରେ ସର୍ବାଧିକ ୧୦ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହୋଇପାରେ ବୋଲି ଆଶା କରାଯାଉଛି। ଆସନ୍ତାକାଲି ପୂର୍ବାହ୍ନ ସୁଦ୍ଧା ଏହି ପରିମାଣର ଜଳ ପ୍ରବାହିତ ହୋଇପାରେ ବୋଲି SRC ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ଆଜି ଦିନ ୧୦ଟା ସୁଦ୍ଧା ହୀରାକୁଦ୍ ଡ୍ୟାମରୁ ୪୬ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାରର ବର୍ତ୍ତମାନ ସ୍ଥିତି ୬୨୭. ୯୭ ଫୁଟ୍ ଥିବା ବେଳେ ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୮ ଲକ୍ଷ ୩ ହଜାର ୧୩୩ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ସେହିପରି ୪୬ଟି ଗେଟ୍ ଦେଇ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୭ ଲକ୍ଷ ୬୫ ହଜାର ୧୬ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ଖଇରମାଳ ଦେଇ ୧୦ ଲକ୍ଷ ୨ ହଜାର କ୍ୟୁସେକ୍ ଜଳ, ବରମୂଳ ଦେଇ ୮ ଲକ୍ଷ ୯୧ ହଜାର ୨୫୦ କ୍ୟୁସେକ୍ ଜଳ ଏବଂ ମୁଣ୍ଡଳି ଦେଇ ୯ ଲକ୍ଷ ୯୫ ହଜାର ୧୨୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି।

Flood-water-entering-to-hirakud-dam-decreasing
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories