ଉତ୍ତର ଓଡ଼ିଶାରେ ବନ୍ୟା; ରାସ୍ତା ଉପରେ ଆଣ୍ଠୁଏ ପାଣିର ସୁଅ

ବାରିପଦା: ଲଘୁଚାପର ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ୩ ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ବାରିପଦାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ସହର ମଧ୍ୟସ୍ଥ ଜରାଳି ଓ ସରାଳି ନଦୀର ଜଳସ୍ତର ବଢିବାରେ ଲାଗିଛି।  ଉଭୟ ନଦୀର ତଳିଆ ଅଞ୍ଚଳରେ ଥିବା ଘରେ ପାଣି ପଶି ଯାଇଛି।  ବନ୍ୟାଜଳ ସହରର ୩, ୧୦, ୧୫, ୧୬ ଓ ୧୭ ନମ୍ବର ୱାର୍ଡରେ ପଶି ଯାଇଛି।  ଘଟଣାସ୍ଥଳରେ ତହସିଲଦାର, ଉପଜିଲ୍ଲାପାଳ ଓ ADM ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି।

ବାରିପଦାରେ ବନ୍ୟାସ୍ଥତି

ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ଫୁଲୁଛି । ନଦୀର ଉପରମୁଣ୍ଡରେ ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା, ଚିତ୍ରଡ଼ା ଆଦି ଅଞ୍ଚଳରେ ଗତକାଲିଠାରୁ ବର୍ଷା ଲାଗି ରହିଛି । ମଥାନୀରେ ଜଳକାର ବିପଦ ସଂକେତ ୫.୫ ମିଟର ଥିବା ବେଳେ ଆଜି ସକାଳ ୬ଟା ସୁଦ୍ଧା ଏଠାରେ ଜଳସ୍ତର ଥିଲା ୬.୪୩ ମିଟର । ଏମିତି ବର୍ଷା ଲାଗି ରହିଲେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ସହିତ ପାଇକପଡ଼ା ଅଞ୍ଚଳରେ ବନ୍ୟା ହେବାର ଆଶଙ୍କା ରହିଛି ।

ଜଳେଶ୍ୱରରେ ବନ୍ୟାସ୍ଥତି

ଅନ୍ୟପକ୍ଷେ ଲଘୁଚାପ ଜନିତ ବର୍ଷା ଯୋଗୁ ରାସ୍ତାରେ ଘାଇ ହୋଇ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ମୁଗଗଡିଆ ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି।  ମୁଗଗଡିଆ ଗାଁକୁ ସଂଯୋଗ କରୁଛି ଦୁଇଟି ରାସ୍ତା । ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଏବେ ଚାଲିଛି ଆଣ୍ଠୁଏ ପାଣିର ସୁଅ। ଅନ୍ୟ ରାସ୍ତାରେ ବି ଘାଇ ହୋଇଛି।

ସେହିପରି ଲଘୁଚାପ ବର୍ଷା ଯୋଗୁ ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ରେବ ନଦୀର ଜଳସ୍ତର ବଢୁଛି। ନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇ ରାସ୍ତା ଉପରେ ପାଣିର ସୁଅ ଚାଲିଛି । ଶହ ଶହ ଏକର ଚାଷ ଜମି ଜଳମଗ୍ନ ହେବା ସହ ଅନେକ ଗାଁ  ଜଳବନ୍ଦୀ ଅବସ୍ଥାରେ ରହିଛି। ବ୍ଲକ ସଦର ମହକୁମା ଓ ଜିଲ୍ଲା ମୁଖ୍ୟାଳୟକୁ ଯିବାରୁ ବଂଚିତ ହେଉଛନ୍ତି ଗ୍ରାମବାସୀ। ଗୋହିରାପଦୀଠାରେ ରେଳବାଇ ପୋଲ ଦେଇ ପ୍ରାୟ ଅଢେଇ ଫୁଟ୍ ଉଚ୍ଚତାର ଜଳ ପ୍ରବାହିତ ହେଉଛି।

ଭଦ୍ରକରେ ବନ୍ୟାସ୍ଥତି

ଆହୁରି ପଢ଼ନ୍ତୁ

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

You might also like