କଳାହାଣ୍ଡି ଜିଲ୍ଲାରେ ବର୍ଷା ବିତ୍ପାତ

ରୁପ୍ରା ରୋଡ୍ ଉପରେ ପାଣି, ନାଏକପଡ଼ା ଅଞ୍ଚଳ ଜଳାର୍ଣ୍ଣବ

କଳାହାଣ୍ଡି  : କଳାହାଣ୍ଡି ଜିଲ୍ଲାରେ ବର୍ଷା ବିତ୍ପାତ। ଜିଲ୍ଲାରେ ଗତକାଲିଠାରୁ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ସାନ୍ଦୁଲ, ରେତ ଓ ତେଲ ଦନୀ ଫୁଲିଥିବାରୁ ବିଭିନ୍ନ ତଳିଅା ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି।

ସାନ୍ଦୁଲ ନଦୀରେ ଅଧିକ ବର୍ଷା ପ୍ରବାହିତ ହେବାରୁ ରୁପ୍ରା ରୋଡ୍  ଉପରେ ପାଣି ଚାଲୁଛି। ସେହିଭଳି ନାଏକପଡ଼ା ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ରେତ ନଦୀରେ ପାଣି ପଶି ବୋରିଅା, ବିସୁଡି, ନାଗୁପଲା ଅାଦି ଗାଁରେ ପାଣି ପଶିଛି । ଏହିସବୁ ଗାଁର ଶହ ଶହ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି।

ସେପଟେ ତେଲନଦୀରୁ ହଠାତ୍‌ ପାଣି ପ୍ରବେଶ କରିବାରୁ କେସିଙ୍ଗା ବ୍ଲକ୍ ବାହାଦୁର ପଦର କଡ଼ରେ ଥିବା ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟରେ ୪ ଜଣ ଲୋକ ପାଣିରେ ଫସି ରହିଛନ୍ତି।

You might also like