ଶିବ ମନ୍ଦିରରେ ଥିଲେ, ହଠାତ୍‌ ମାଡ଼ିଆସିଲା ବନ୍ୟାପାଣି

କଳାହାଣ୍ଡି: ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କେସିଙ୍ଗା ଓ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ବର୍ଷା ପାଣିଘେରରେ ରହିଛି। କେସିଙ୍ଗା ବେଲଖଣ୍ଡି ଶିବ ମନ୍ଦିରରେ ଏକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ପାଣି ହଠାତ ମାଡିଆସିବାରୁ ୨୦ରୁ ଅଧିକ ଲୋକେ ପାଣିଘେରରେ ରହିଛନ୍ତି।

ସେହିପରି ମଦନପୁର ରାମପୁର ବ୍ଲକ ମୋହନଗିରିର କାଳି ଗଙ୍ଗା ନାଳରେ ଜଳସ୍ତର ବୃଦ୍ଧି ପାଇଛି। ଗତକାଲି ରାତିରେ  ଏହି ନାଳରେ ଗୋଟିଏ ପିକ୍ଅପ୍ ଭ୍ୟାନ୍ ଭାସିଯାଇଥିଲା। କିନ୍ତୁ ଚାଳକ ଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଦେଉଳସୁଳିଆ, ସରବେଡା ଆଦି ଗାଁ ପାଣି ଘେରରେ ରହିଛି। ରେତ ନଦୀର ବନ୍ୟା ପାଣିରେ ଲାଞ୍ଜିଗଡ଼ ବ୍ଲକର କାନ କୁଟରୁ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇପଡ଼ିଛି।

ସେହିପରି ଧର୍ମଗଡ଼ ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି। ଫଳରେ ଜିଲ୍ଲାର ପ୍ରମୁଖ ହାତୀ ନଦୀ ଫୁଲିବା ସହ ବନ୍ୟା ପାଣି ମାଡ଼ି ଆସିଛି। ଫଳରେ ଚାଷ ବାସ ଉଜୁଡିଯିବାର ସମ୍ଭାବନା ଉପୁଜିଛି। ଅନ୍ୟପଟେ ସ୍ଥିତିକୁ ଦେଖି ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ

ବାଲିମେଳାରେ ଡଙ୍ଗା ଓଲଟିବା ଘଟଣାରେ ୩ ମୃତଦେହ ଉଦ୍ଧାର

୬ ବର୍ଷର ବିସ୍ମୟ ବାଳକ ; ପଢୁଛନ୍ତି ଭାଗବତ

ଭଦ୍ରକ ପୁରୁଣା ବଜାର ଉତ୍ତେଜନା ହ୍ରାସ : IICଙ୍କୁ ବଦଳି

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା; ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ପୂଜାମଣ୍ଡପ

ଓକାକ୍ ଟାୱାରରେ ହେବ ‘ମୋ ସରକାର’ ଅଫିସ୍

ଆଧାର ଧରିଲା ୧୯ ଲକ୍ଷ ବେଆଇନ ହିତାଧିକାରୀ

ଗିରଫ ହେଲେଣି ୪୨୬ ମଦୁଆ ଚାଳକ , ଆଗରେ ଗଞ୍ଜାମ

କ୍ୱାର୍ଟର୍ସ ଛାଡୁନଥିବା ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଚରମ ବାଣୀ, ଘର ନଛାଡ଼ିଲେ କଟିବ ଲାଇନ, ପାଣି

ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍‌ !

ଡାକ୍ତର ନୁହେଁ, ଅନଭିଜ୍ଞ ଔଷଧ ଦୋକାନୀ କରୁଛନ୍ତି ରୋଗୀ ଚିକିତ୍ସା!

କ୍ୱାର୍ଟର୍ସ ଛାଡ଼ିବା ପାଇଁ ନୋଟିସ ପଠାଇବା ଓ କେସ୍‌ କରିବା ଶୋଭନୀୟ ନୁହେଁ : ଦେବାଶିଷ ନାୟକ

ଆରଟିଓ ଅଫିସ୍‌ରେ ଦଲାଲ ରାଜ୍ : ମାନିଲେ ମନ୍ତ୍ରୀ

You might also like