ଭଦ୍ରକରେ ବନ୍ୟା ପରିସ୍ଥିତି

ହଦଗଡ଼ ଡ୍ୟାମ୍‌ରୁ ବନ୍ୟା ଜଳ ନିଷ୍କାସନ ପରେ ସ୍ଥିତି ସଂଗୀନ୍‌

ଭଦ୍ରକ  : ଭଦ୍ରକ ହଦଗଡ଼ ଡ୍ୟାମ୍‌ରୁ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଡ୍ୟାମ୍‌ର ୪ଟି ଗେଟ୍ ଖୋଲା ଥିବାରୁ ଏବେ ଜିଲ୍ଲାର ତଳିଅା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭଦ୍ରକ ସଦର ବ୍ଲକ ଅନ୍ନପାଳ ପଞ୍ଚାୟତର ରାଜମୁକୁନ୍ଦପୁର, ସୁସୁଅା ଓ ରାଜୁଅାଳିବିନ୍ଧାା ଅଞ୍ଚଳରେ ଲୋକ ପାଣି ଘେରରେ ଅଛନ୍ତି।

ଶହଶହ ହେକ୍ଟର ଚାଷ ଜମି ବନ୍ୟାପାଣିରେ ବୁଡ଼ି ରହିଛି। ବନ୍ୟାପାଣି ଯୋଗୁ ଏହି ସବୁ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ଅଛି। ଗତ ୨୪ ତାରିଖରୁ ସାଳନ୍ଦୀ ଜଳଭଣ୍ଡାର ହଦଗଡ଼ ଡ୍ୟାମ୍‌ରୁ ଜଳ ନିଷ୍କାସନ ଚାଲିଛି।  କେବଳ ଅନ୍ନପାଳ ପଞ୍ଚାୟତ ନୁହେଁ, ତିହିଡି ବ୍ଲକ୍‌ର ବାରୋ, ବିଲଣା, ତଳଗୋପବିନ୍ଧା ଅାଦି ଅଞ୍ଚଳ ପ୍ରଭାବିତ ହୋଇଛି। ଏବେ ଯାଏ ବିପନ୍ନଙ୍କ ପାଖରେ ପ୍ରଶାସନ ପହଞ୍ଚି ନଥିବା ଅଭିଯୋଗ ହୋଇଛି। 

You might also like