• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କେନ୍ଦୁଝର/ଯାଜପୁର: ବାତ୍ୟା ୟାସ ଲ୍ୟାଣ୍ଡଫଲ କରିବା ପରେ ପ୍ରବଳ ବର୍ଷା ଯୋଗୁଁ ବଢିଛି ବିଭିନ୍ନ ନଦୀର ଜଳସ୍ତର। କେନ୍ଦୁଝର ଜିଲ୍ଲାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି। ଆନନ୍ଦପୁର ପାଖରେ ବୈତରଣୀ ବିପଦ ସଂକେତ ଉପରେ ଜଳ ପ୍ରଭାବିତ ହେଉଛି। ଆନନ୍ଦପୁରରେ ୩୮.୩୬ ମିଟର ସହ ବିପଦ ସଙ୍କେତ ଉପରେ ରହିଛି ବୈତରଣୀ ନଦୀର ଜଳସ୍ତର । ଉପରମୁଣ୍ଡର ପାଣି ଆସିଲେ ଏଠାରେ 40.85 ମିଟରରେ ଜଳ ପ୍ରଭାହିତ ହେବ। ସେହିପରି ଆଖୁଆପଦାଠାରେ ବି ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି।

ଅନ୍ୟପଟେ ମୟୁରଭଞ୍ଜ ଜିଲ୍ଲାରେ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ବିପଦ ସଙ୍କେତ ତଳେ ଜଳ ପ୍ରଭାବିତ ହେଉଛି। ସେପଟେ, ଜଳସ୍ତର କମିଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ। ସମୁଦ୍ର ଜୁଆର ପାଣି ଓ ପବନ ମାଡ଼ ହେବା ଦ୍ୱାରା ଆମର ଅନେକ ଲୁଣା ବନ୍ଧ ଡ୍ୟାମେଜ ହୋଇଛି , ଏହାର ଆକାଳନ ଚାଲିଥିବା ସେ କହିଛନ୍ତି। କେନ୍ଦ୍ରାପଡା, ବାଲିଆପାଳ ଭଳି ଜାଗାରେ ଲୁଣା ବନ୍ଧ ଅଧିକ ମାତ୍ରାରେ ନଷ୍ଟ ହୋଇଥିବା ସୂଚନା ରହିଛି।

ବାତ୍ୟା ୟାସ୍ ପ୍ରଭାବରେ ବୈତରଣୀ ନଦୀ ଅବବାହିକାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ଦେଖାଦେଇଛି। ଏ ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶର ପ୍ରଦୀପ ଜେନା। ଆନନ୍ଦପୁର ଏବଂ ଆଖୁଆପଦାଠାରେ ବିପଦ ସଂକେତ ଉପରେ ବୈତରଣୀ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ବୈତରଣୀ ନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦେଖାଦେଇଇଛି। ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଏବଂ ଯାଜପୁର ଜିଲ୍ଲାପାଳ ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। ଯେଉଁଠି ଦରକାର ପଡୁଛି ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଉଛି ବୋଲି ଏସ୍ଅଆରସି ଟୁଇଟରେ ଉଲ୍ଲେଖ କରିଛନ୍ତି।

ସେପଟେ, ବାତ୍ୟା ୟାସର ପ୍ରଭାବ ମୂୟରଭଂଜ ଜିଲ୍ଲାର ବାରିପଦା ସହର ଏବଂ ମୟୂରଭଂଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୋରରେ ବହୁଛି ପବନ। ରାତି ସାରା ପବନର ମାତ୍ରା ଅଧିକ ରହିଥିବା ବେଳେ କିନ୍ତୁ ବର୍ଷା ଛାଡ଼ିଛି। ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର କମିବାରେ ଲାଗିଛି। ବିପଦ ସଙ୍କେତ ତଳେ ବୁଢାବଳଙ୍ଗ ନଦୀର ଜଳସ୍ତର ପ୍ରବାହିତ ହେଉଛି। ଶିମିଳିପାଳ ଓ କରଞ୍ଜିଆରେ ପ୍ରବଳ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବଢିଥିଲା। ତେବେ ଗତକାଲି ରାତିରୁ ବର୍ଷା ହୋଇନଥିବାରୁ ଧୀରେ ଧୀରେ ଜଳପତ୍ତନ କମିବାର ଦେଖିବାକୁ ମିଳିଛିି। ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟରେ ହୋଇଥିବା ବର୍ଷା ଫଳରେ ଅଭୟାରଣ୍ୟ ମଧ୍ୟରେ ଥିବା କେତେକ ଗାଁର ଲୋକେ ଜଳବନ୍ଦୀ ଅଛନ୍ତି। ସେହିପରି ବର୍ଷାରେ ପାହାଡ଼ରୁ ଅଚାନକ ଆସିଥିବା ବନ୍ୟାପାଣିରେ କେତେକ ଲୋକଙ୍କ ଘର ଭାଙ୍ଗିଯାଇଥିବା ସୂଚନା ରହିଛି।

Flood-situation-in-baitarani
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories