ସାମୁଦ୍ରିକ ଝଡ଼ ‘ଡାଏ’ ପ୍ରଭାବରେ ୩ ଜିଲ୍ଲାରେ ବନ୍ୟା ପରିସ୍ଥିତି

ମାଲକାନଗିରି: ସାମୁଦ୍ରିକ ଝଡ଼ ‘ଡାଏ’ ପ୍ରଭାବରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିଯୋଗୁ ମାଲକାନଗିରି, ବାଲେଶ୍ୱର ଓ ମୟୂରଭଂଜର ଅନେକ ବ୍ଲକ ପ୍ରଭାବିତ ହୋଇଛି। ମାଲକାନଗିରିରେ ୫ଟି ବ୍ଲକ ପ୍ରଭାବିତ ହୋଇଛି। ମାଲକାନଗିରି, କାଲିମେଳା, କୋରକୋଣ୍ଡା, ପଡ଼ିଆ ଏବଂ ଚିତ୍ରକୋଣ୍ଡା ବ୍ଲକର ୧୩ଟି ପଞ୍ଚାୟତ ପ୍ରଭାବିତ ହୋଇଛି।

୪୪ଟି ଗାଁର ପ୍ରାୟ ୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ଷା ଓ ବନ୍ୟା ପାଣିରେ ୪୧୨ଟି ଘର ଭାଙ୍ଗିଛି। ସେହିପରି ବାଲେଶ୍ୱରରେ ନୀଳଗିରି, ବାହାନଗା, ବାଲେଶ୍ୱର, ରେମୁଣା ବ୍ଲକ ପ୍ରଭାବିତ ହୋଇଛି। ୧୬୮ଟି ଗାଁର ପ୍ରାୟ ଦେଢ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲାରେ ୭୨ଟି ଘର ଭାଂଗି ଯାଇଥିବା ସୂଚନା ମିଳିଛି।

ମୟୂରଭଂଜରେ ମଧ୍ୟ ୫ଟି ବ୍ଲକ ବଡସାହି, ଉଦଳା, ଜିପିନଗର, ଖୁଣ୍ଟା ଏବଂ କପ୍ତିପଦା ବ୍ଲକ ପ୍ରଭାବିତ ହୋଇଛି। ୨୨ ବ୍ଲକର ୩୮ ଗାଁ ବନ୍ୟା ପ୍ରଭାବିତ ହୋଇଛନ୍ତି।  ଏହି ସବୁ ଜିଲ୍ଲା ଗୁଡିକରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଛି। ଓଡ୍ରାଫ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଉଦ୍ଧାର ଲାଗି ଉଦ୍ୟମ ଜାରି ରିହଛି। ୧୫ ଦିନ ଭିତରେ ଏସ୍ଆରସି ପ୍ରଭାବିତ ଜିଲ୍ଲାର ପ୍ରଶାସନକୁ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ମାଗିଛନ୍ତି।

You might also like