ବିନା ବର୍ଷାରେ ବନ୍ୟା; ଘରେ ପାଣି ବାହାରେ ବି ପାଣି

ପୁରୀ: ମହାନଦୀରେ ବନ୍ୟାଜଳ ଆସିବା ପରେ ଉଛୁଳୁଛି ଦୟା ନଦୀ। ଏହି ନଦୀ ମହାନଦୀର ଶାଖା ନଦୀ ହୋଇଥିବାରୁ ନଦୀର ଜଳ ସ୍ଥର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। କଣାସ ବ୍ଳକର ବାଲିପାଟଣା ଗାଁରେ ରାତିଅଧିଆ ପ୍ରବେଶ କରିଛି ବନ୍ୟାଜଳ।  ପ୍ରଥମେ ଗାଁ ଦାଣ୍ଡ ଆଉ ଏବେ ଲୋକଙ୍କ ଘରେ ପାଣି ପଶିଛି। ଭୟରେ ଲୋକେ ଘର ଦ୍ୱାର ଛାଡ଼ି ଉଚ୍ଚ ସ୍ଥାନକୁ ଚାଲିଯାଇଛନ୍ତି। ସେପଟେ ପୁରୀ ଜିଲ୍ଲା ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଡେଲାଙ୍ଗ ଏବଂ କଣାସରେ ପ୍ରବାହିତ ହେଉଥିବା ନଦୀ ବନ୍ଧର ବିଭିନ୍ନ ଦୁର୍ବଳ ସ୍ଥାନ ପରିଦର୍ଶନ କରି ସ୍ଥିତି ପରଖଛନ୍ତି। ଏହାସହ ବନ୍ୟା ନେଇ ଲୋକଙ୍କୁ ଭୟଭୀତ ନ ହେବା ଲାଗି କହିଛନ୍ତି।

ଅନ୍ୟପଟେ କଣାସ ବ୍ଲକର ଦୟା ମକରା ଓ ରାଜୁଆ ନଦୀରେ ବି ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି।  ବନ୍ୟାଜଳ ଦୋକନ୍ଦା ଗ୍ରାମରେ ପଶିବା ଫଳରେ ଲୋକେ ଆତଙ୍କିତ ଅଛନ୍ତି। ଘରେ ଘରେ ଆଣ୍ଡୁଏ ଉଚ୍ଚର ପାଣି ଲହଡ଼ି ମାରୁଥିବା ବେଳେ ରୋଷେଇ ନକରି ଲୋକେ ଉପବାସ ରହିଛନ୍ତି। ଦେକନ୍ଦା ଗ୍ରାମରେ ରିଲିଫ ସାମଗ୍ରୀ ପହଂଚି ନଥିବା ବେଳେ ବିଡିଓ ଗାଁ କୁ ଗାଁ ବୁଲି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି।

ଆହୁରି ପଢ଼ନ୍ତୁ

ବାଲିମେଳାରେ ଡଙ୍ଗା ଓଲଟିବା ଘଟଣାରେ ୩ ମୃତଦେହ ଉଦ୍ଧାର

୬ ବର୍ଷର ବିସ୍ମୟ ବାଳକ ; ପଢୁଛନ୍ତି ଭାଗବତ

ଭଦ୍ରକ ପୁରୁଣା ବଜାର ଉତ୍ତେଜନା ହ୍ରାସ : IICଙ୍କୁ ବଦଳି

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା; ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ପୂଜାମଣ୍ଡପ

ଓକାକ୍ ଟାୱାରରେ ହେବ ‘ମୋ ସରକାର’ ଅଫିସ୍

ଆଧାର ଧରିଲା ୧୯ ଲକ୍ଷ ବେଆଇନ ହିତାଧିକାରୀ

ଗିରଫ ହେଲେଣି ୪୨୬ ମଦୁଆ ଚାଳକ , ଆଗରେ ଗଞ୍ଜାମ

କ୍ୱାର୍ଟର୍ସ ଛାଡୁନଥିବା ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଚରମ ବାଣୀ, ଘର ନଛାଡ଼ିଲେ କଟିବ ଲାଇନ, ପାଣି

ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍‌ !

ଡାକ୍ତର ନୁହେଁ, ଅନଭିଜ୍ଞ ଔଷଧ ଦୋକାନୀ କରୁଛନ୍ତି ରୋଗୀ ଚିକିତ୍ସା!

କ୍ୱାର୍ଟର୍ସ ଛାଡ଼ିବା ପାଇଁ ନୋଟିସ ପଠାଇବା ଓ କେସ୍‌ କରିବା ଶୋଭନୀୟ ନୁହେଁ : ଦେବାଶିଷ ନାୟକ

ଆରଟିଓ ଅଫିସ୍‌ରେ ଦଲାଲ ରାଜ୍ : ମାନିଲେ ମନ୍ତ୍ରୀ

You might also like