ଲଗାଣ ବର୍ଷା ଯୋଗୁ ବୈତରଣୀରେ ବନ୍ୟା: ୧୦ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ଲଘୁଚାପ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା ଆସିଛି। ଫଳରେ ଭଦ୍ରକ ଧାମନଗର ବ୍ଲକର ସୋହାଡା, ପଧାନୀ, କରଦା, ଆନନ୍ଦପୁର ଆଦି ପଞ୍ଚାୟତର ୧୦ରୁ ଅଧିକ ଗାଁରେ ବନ୍ୟାଜଳ ପ୍ରବେଶ କରିଛି। ଶହଶହ ହେକ୍ଟର୍ ଚାଷ ଜମିରେ ବନ୍ୟା ପାଣି ମାଡ଼ିଯିବା ସହ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆଖୁଆପଦା ଆନିକଟଠାରେ ଜଳସ୍ତର କମିଥିବାବେଳେ ଧାମନଗର ବ୍ଲକର ତଳିଆ ଅଂଚଳକୁ ବନ୍ୟା ଜଳ ପ୍ରବେଶ କରୁଛି।

ସେହିଭଳି ବର୍ଷା ଯୋଗୁ ଅନୁଗୁଳ ରେଙ୍ଗାଳି ଡ୍ୟାମର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଜଳଭଣ୍ଡାରର କ୍ଷମତା ୧୨୩.୫ ମିଟର ଥିବାବେଳେ ଆଜି ଜଳସ୍ତର ୧୨୨.୭୫ ମିଟରରେ ପହଞ୍ଚିଛି। କ୍ରମାଗତ ଜଳସ୍ତର ବୃଦ୍ଧି ଯୋଗୁ ଅତିରିକ୍ତ ଜଳ ନିଷ୍କାସନ ପାଇଁ ଆଜି ସକାଳେ ୭ ନମ୍ବର ଗେଟ୍ ଖୋଲାଯାଇଥିବା ସୂଚନା ଦେଇଛନ୍ତି ରେଙ୍ଗାଳୀ ଡ୍ୟାମ ନିର୍ବାହୀ ଯନ୍ତ୍ରୀ। ଫଳରେ ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର ଓ ଭଦ୍ରକ ଜିଲ୍ଲାର ନଦୀକୂଳିଆ ଲୋକେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ବ୍ରାହ୍ମଣୀ ନଦୀ ଉପରେ ଥିବା ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁ ଜଳପତ୍ତନ ବୃଦ୍ଧି ପାଇଛି।

You might also like