ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଫ୍ଲିପ୍‌କାର୍ଟ ସହ ଚୁକ୍ତି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଭାରତର ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟରେ ଏବେ ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ଦେଖିବାକୁ ମିଳିବ। ଫ୍ଲିପକାର୍ଟ ସାହାଯ୍ୟରେ କାରିଗର ଏହାକୁ ବିକ୍ରି କରିପାରିବେ। ଏ ନେଇ ଫ୍ଲିପ୍‌କାର୍ଟ ପକ୍ଷରୁ ରାଜ୍ୟ ସରକାରଙ୍କ ସହ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଏବେ ଫ୍ଲିପକାର୍ଟ ଓଡ଼ିଶାର କଳା, ହସ୍ତଶିଳ୍ପ ଓ ହସ୍ତତନ୍ତକୁ ଇ-କମର୍ସ କ୍ଷେତ୍ରକୁ ଆଣି ତାକୁ ପ୍ରୋତ୍ସାହିତ କରିବ।

ଫ୍ଲିପ୍‌କାର୍ଟ ସମର୍ଥ କାର୍ଯ୍ୟକ୍ରମ ଅଧୀନରେ ଷ୍ଟେଟ୍ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଡେଭ୍‌ଲପ୍‌ମେଂଟ୍ ଅଫ୍ ଆର୍ଟସ୍ ଆଣ୍ଡ କ୍ରାଫ୍ଟସ୍ (ଏସ୍‌ଆଇଡିଏସି) ସହିତ ଏହି ସହଭାଗିତା ହୋଇଛି। ଫଳରେ ଓଡ଼ିଶାର ସ୍ଥାନୀୟ କାରିଗର, ବୁଣାକାର ଓ ଶିଳ୍ପୀମାନଙ୍କୁ ନିଜର ହଲ୍‌ମାର୍କ ଉତ୍ପାଦଗୁଡ଼ିକୁ ଦେଶର ଲକ୍ଷ ଲକ୍ଷ ଗ୍ରାହକଙ୍କ ନିକଟରେ ପ୍ରଦର୍ଶିତ କରିବା ପାଇଁ ସୁଯୋଗ ମିଳିବ।

ଉଭୟ ଏସ୍‌ଆଇଡିଏସି ଓ ଫ୍ଲିପ୍‌କାର୍ଟ ସମାଜର ଅଣସଂରକ୍ଷିତ ବର୍ଗର ଲୋକମାନଙ୍କ ପାଇଁ ବାଣିଜ୍ୟ ସୁଯୋଗ ଓ ବ୍ୟବସାୟ ବୃଦ୍ଧିବାରେ ସହାୟକ ହେବେ। ଯାହାଫଳରେ ମେଡ୍ ଇନ୍ ଇଣ୍ଡିଆ ପ୍ରୟାସକୁ ଅଧିକ ଉତ୍ସାହ ଓ ପ୍ରୋତ୍ସାହନ ମିଳିବ।

ଏହି ଚୁକ୍ତିନାମାର ଏକ ଅଂଶ ଭାବେ ଫ୍ଲିପ୍‌କାର୍ଟ ପ୍ରତିଷ୍ଠିତ ସ୍ଥାନୀୟ ଓଡ଼ିଆ ବ୍ରାଣ୍ଡ ଯେପରିକି ବୟନିକା, ଉତ୍କଳିକା ଓ ସମ୍ବଲପୁରୀ ବସ୍ତ୍ରାଳୟ ଆଦି ଉଦ୍ୟୋଗଗୁଡ଼ିକ ସହ କାର୍ଯ୍ୟ କରିବ। ଏହିମାନେ ଓଡ଼ିଶାର କାରିଗରଙ୍କ ବିକାଶ ସହିତ ହସ୍ତଶିଳ୍ପ ଓ ହସ୍ତତନ୍ତ ଉତ୍ପାଦଗୁଡିକୁ ପ୍ରୋତ୍ସାହିତ କରିବା ଦିଗରେ ସ୍ଥାନୀୟ କାରିଗରଙ୍କ ସହିତ ମିଶି କାର୍ଯ୍ୟ କରିବେ।

ଚୁକ୍ତି ସମ୍ପର୍କରେ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ, କୈଳାଶ ଚନ୍ଦ୍ର ସାହୁ କହିଛନ୍ତି, “ଫ୍ଲିପକାର୍ଟ ସହିତ ସହବନ୍ଧିତା ଦ୍ୱାରା ଓଡ଼ିଶାର ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇପାରିବ, ଯାହାକି ବୟନିକା, ଉତ୍କଳିକା, ସମ୍ବଲପୁରୀ ବସ୍ତ୍ରାଳୟ ଏବଂ ଅନ୍ୟମାନଙ୍କ ଦ୍ୱାରା ପରିଚାଳିତ ହେବ।

ଫଳରେ ଯେଉଁ କାରିଗରମାନେ ଉପାନ୍ତ ଅଞ୍ଚଳରେ ବସବାସ କରୁଛନ୍ତି ସେମାନେ ତାଙ୍କ ସାମଗ୍ରୀ ବିକ୍ରି କରିବା ପାଇଁ ଉକ୍ତୃଷ୍ଟ ବଜାର ସୁଯୋଗ ପାଇପାରିବେ। ତା ସହିତ ଏହି ଚୁକ୍ତି ସାହାଯ୍ୟରେ କାରିଗରମାନେ ଆଂଚଳିକ ସଂସ୍କୃତି ଏବଂ ହଲମାର୍କ ଉତ୍ପାଦକୁ ପ୍ରଦର୍ଶନ କରିବା ସମୟରେ ବ୍ରାଣ୍ଡିଂ, ଡ଼ିଜିଟାଲ ମାର୍କେଟିଂ ଏବଂ ଆର୍ଥିକ ପରିଚାଳନା ବିଷୟରେ ଜାଣିପାରିବେ।”

ଏନେଇ ଫ୍ଲିପ୍‌କାର୍ଟ ଗ୍ରୁପ୍‌ର ଚିଫ୍ କର୍ପୋରେଟ୍ ଏଫାୟାର୍ସ ଅଫିସର, ରଜନିସ କୁମାର ମଧ୍ୟ ଓଡ଼ିଶା ସହିତ ବ୍ୟବସାୟ କରି ଖୁସିଥିବା ସେ କହିଛନ୍ତି। “ଆମେ ରାଜ୍ୟର ଐତିହ୍ୟକୁ ଆମ ପ୍ଲାଟ୍‌ଫର୍ମକୁ ଆଣିବା ସହିତ ରାଜ୍ୟର କାରିଗର ଓ ବୁଣାକାରମାନଙ୍କୁ ନିଜ ସ୍ୱପ୍ନକୁ ପୂରା କରିବା ଓ ସର୍ବଭାରତୀୟ ସ୍ତରରେ ନିଜ ବ୍ୟବସାୟର ବିସ୍ତାର କରିବା ପାଇଁ ଏକ ସୁଯୋଗ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

You might also like