ବଲାଙ୍ଗିରରେ ପ୍ରାକ୍ ନିର୍ବାଚନୀ ହିଂସା ପରେ ଶାନ୍ତି ପାଇଁ ଅପିଲ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିରରେ ପ୍ରାକ୍ ନିର୍ବାଚନୀ ହିଂସା ପରେ ଶାନ୍ତି ପାଇଁ ଅପିଲ କରାଯାଇଛି। ନିର୍ବାଚନ ସମୟରେ ସହରରେ ଶାନ୍ତିପୂର୍ଣ୍ଣ ବାତାବରଣ ବଜାୟ ରଖିବାକୁ ଅପିଲ କରି ପୁଲିସ୍‌ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି।

ଏସ୍‌ପି ଅଫିସରୁ ବାହାରିଥିବା ଏହି ଫ୍ଲାଗମାର୍ଚ୍ଚ ସହର ପରିକ୍ରମା କରିବା ପରେ ପୁଣି ଏସ୍‌ପି ଅଫିସ ନିକଟରେ ପହଞ୍ଚିଥିଲା।

ସୂଚନାଯୋଗ୍ୟ, ଚନ୍ଦନଭାଟି ଗାଁର ବିଜେଡି କର୍ମୀ ପ୍ରଫୁଲ୍ଲ ମେହେରଙ୍କୁ କଂଗ୍ରେସ କର୍ମୀମାନେ ଆକ୍ରମଣ କରିଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ସହରରେ ଉତ୍ତେଜନା ଲାଗି ରହିବାରୁ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ଏହି ଘଟଣାରେ ଶତାଧିକ ବିଜେଡି କର୍ମୀ ସହରରେ ଏକ ଶାନ୍ତି ଶୋଭାଯାତ୍ରା କରିଥିଲେ। ବଲାଙ୍ଗିର ବିଜେଡି ବିଧାୟକ ପ୍ରାର୍ଥୀ ଅର୍କେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା କରାଯାଇଥିଲା।

You might also like