କୂଅ ନନ୍ଦ ବସାଉଥିବା ବେଳେ ଧସିଲା ମାଟି ଅତଡ଼ା; ଫସିଗଲେ ଶ୍ରମିକ

  • ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମା ଗାଁରେ ଅଘଟଣ
  • ୫ ଜଣ ଶ୍ରମିକ କୂଅ ନନ୍ଦ ବସାଉଥିବା ବେଳେ ଧସିଲା ମାଟି ଅତଡ଼ା
  • ୪ ଜଣ ଶ୍ରମିକ ସୁରକ୍ଷିତ, ମାଟି ଭିତରେ ଜଣେ ରହିଥିବା ସୂଚନା
  • ଘଟଣାସ୍ଥଳରେ ଦମକଳ ବାହିନୀ, ଜେସିବି ସହାୟତାରେ ଚାଲିଛି ଉଦ୍ଧାର କାର୍ଯ୍ୟ

କାମାକ୍ଷାନଗର : ନିର୍ମାଣାଧୀନ କୂଅରୁ ମାଟି ଅତଡ଼ା ଧସିବାରୁ ଫସିଲେ ଶ୍ରମିକ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଳତୁମା ଗାଁରେ ଏହି ଅଘଟଣ ଘଟିଛି । ୫ ଜଣ ଶ୍ରମିକ କୂଅ ନନ୍ଦ ବସାଉଥିବା ବେଳେ ମାଟି ଅତଡ଼ା ଧସିଥିଲା । ତେବେ ଏମାନଙ୍କ ଭିତରୁ ୪ ଜଣ ଶ୍ରମିକ ସୁରକ୍ଷିତ ଥିବା ସୂଚନା ମିଳିଛି । ଜଣେ ଶ୍ରମିକ ମାଟି ଭିତରେ ଚାପି ହୋଇଥିବାରୁ ତାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି ଜେସିବି ମେସିନ୍ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାଯୋଗ୍ୟ  କୂଅ ନନ୍ଦ ବସାଇବା ପାଇଁ ୫ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ । ଉପରେ ଚାରିଜଣ ଶ୍ରମିକ ଥିବାବେଳେ ତଳେ ଧୂଳିଆ ମଲ୍ଲିକ ନାମକ ବ୍ୟକ୍ତି କାମ କରୁଥିଲେ । ଆଉ ସେତିକି ବେଳେ ମାଟି ଅତଡ଼ା ଖସିବାରୁ ତଳେ ଥିବା ଶ୍ରମିକ ମାଟି ତଳେ ଫସି ରହିଛନ୍ତି । ଖବର ପାଇବା ପରେ ଘଟଣାସ୍ଥଳରେ ଦମକଳ ବାହିନୀ ଓ ପୋଲସ ପହଞ୍ଚିଥିଲା । ହେଲେ ଦୀର୍ଘ ୩ ଘଣ୍ଟା ହେଲା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ସୁଦ୍ଧା ଶ୍ରମିକ ମାନଙ୍କୁ ସୁରକ୍ଷିତ ବାହାର କରାଯାଇ ପାରିନାହିଁ । ତେବେ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ତିନୋଟି ଜେସିବି ସାହାଯ୍ୟରେ ଏବେ ଚାରି ପଟୁ ମାଟି ଖୋଳା ଚାଲିଛି । ତେବେ ଖୁବଶୀଘ୍ର ତାଙ୍କୁ ଉଦ୍ଧାର କରାଯାଇପାରେ ବୋଲି ଆଶା କରାଯାଉଛି ।

You might also like