ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୫ ଗୁରୁତର ଆହତ

ସୋର: ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ କୁଆମରା ଛକ ଠାରେ ଗତକାଲି ଏହି ସଡ଼କ ଦୁର୍ଘଟଣା ଘଟିଛି।

ଆହତମାନଙ୍କୁ ପ୍ରଥମେ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଗତକାଲି ରାତି ପ୍ରାୟ ୯ଟା ବେଳେ ବାସୁଦେବପୁର ଥାନା ଅନ୍ତର୍ଗତ ଇରମ ଗାଁର ଦେବାଶିଷ ସାହୁ ତାଙ୍କ ସ୍ତ୍ରୀ ଏବଂ ଶାଳୀଙ୍କୁ ବାଇକ୍‌ରେ ବସାଇ ସୋର ରେଲୱେ ଷ୍ଟେସନ୍‌କୁ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସେମାନଙ୍କୁ ଧକ୍କା ଦେଇଥିଲା।

ସୋର ପୁଲିସ୍‌ ଘଟଣାର ତଦନ୍ତ କରୁଛି।

You might also like